ରାଜ୍ୟରେ ସୁସ୍ଥ ହେଲେ ୧୪ କରୋନା ରୋଗୀ; ମୋଟ ସୁସ୍ଥ ସଂଖ୍ୟା ୫୫ କୁ ବୃଦ୍ଧି

Spread the love

ଭୁବନେଶ୍ୱର,  ୦୧/୦୫ (ସନ୍ଧାନ ନିଉଜ) : ରାଜ୍ୟବାସୀଙ୍କ ବହୁତ ଭଲ ଖବର। ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି। ତେବେ କେନ୍ଦ୍ରାପଡାରୁ ଜଣେ, ଭୁବନେଶ୍ୱରରୁ ୩ ଜଣ, ବାଲେଶ୍ୱରରୁ ୩ ଜଣ ଏବଂ ଭଦ୍ରକରୁ ୭ ଜଣ ସୁସ୍ଥ ହୋଇଛନ୍ତି। ତେବେ ମୋଟ ସୁସ୍ଥ ସଂଖ୍ୟା ୫୫ କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୮ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୫୫ ଜଣ ସୁସ୍ଥ ହୋଇଛନ୍ତି। ଏବେ କେନ୍ଦ୍ରାପଡା ଜିଲ୍ଲାରେ କୌଣସି ସକ୍ରିୟ ଆକ୍ରାନ୍ତ ନାହାନ୍ତି ବୋଲି ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।


H & FW Dept Odisha

@HFWOdisha

Happy to announce that another 14 patients have recovered in , taking the total recovered cases to 55!

Now there are no active cases in Kendrapara district.

The new recovered cases are from:

Kendrapara:1
Bhubaneswar:3
Balasore:3
Bhadrak:7

Related Posts

About The Author

Add Comment