ଫେରୁଛନ୍ତି ପ୍ରଭାସୀ ଓଡ଼ିଆ; ରାଜ୍ୟ ସରକାର ପ୍ରସ୍ତୁତ

Spread the love

ଭୁବନେଶ୍ୱର, ୨୮/୦୪ (ସନ୍ଧାନ ନିଉଜ): ଫେରୁଛନ୍ତି ପ୍ରଭାସୀ ଓଡ଼ିଆ | ରାଜ୍ୟ ସରକାର ପ୍ରସ୍ତୁତ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର କରିଛନ୍ତି ମାଷ୍ଟର ପ୍ଲାନ । ଯୋଜନା ମୁତାବକ ଫେରୁଥିବା ପ୍ରବାସୀଙ୍କ ପାଇଁ ଆଜି ରାଜ୍ୟ ସରକାର କରିଛନ୍ତି ଏକ ବଡ ଘଷଣା । ରାଜ୍ୟକୁ ଆସୁଥିବା ଲୋକମାନଙ୍କ ସବୁ ଖର୍ଚ୍ଚ ବହନ କରିବେ ଖୋଦ୍ ରାଜ୍ୟ ସରକାର । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖାଯାଇଛି ।

ଯେଉଁଥିରେ ଦର୍ଶାଯାଇଛି ଯେ ପ୍ରବାସୀ ଓଡିଆଙ୍କ ପାଇଁ ରାଜ୍ୟରେ ଖୋଲାଯିବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ରାଜ୍ୟକୁ ଫେରିବା ପରେ ପରେ ସେମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧ ଗୃହରେ ରଖାଯିବ । ଏଠାରେ ସେମାନଙ୍କର ରହିବା, ଖାଦ୍ୟପାନୀୟ, ସ୍ୱଛତା ରକ୍ଷା ଠାରୁ ଆରମ୍ଭ କରି ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା କରିବେ ସରକାର । ତେବେ କ୍ୱାରେଣ୍ଟାଇନ୍‌ରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା  । ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଛତା ରକ୍ଷା ବାବାଦରେ ଖର୍ଚ୍ଚ ହେବ ୩୦୦ ଟଙ୍କା । ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କୁଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ । ସେହିପରି କ୍ୱାରେଣ୍ଟାଇନ୍‌ କ୍ୟାମ୍ପରେ ସମସ୍ତଙ୍କୁ ଦାନ୍ତ ଘଷା ବ୍ରସ ଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ ।

ପ୍ରତ୍ୟେକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ମଧ୍ୟ ରହିବ । ସେହିଭଳି ସଫାସୁତୁରା, ସାନିଟାଇଜେସନ, ସୁରକ୍ଷା ବାବଦରେ ଦୈନିକ ଖର୍ଚ ୨ ହଜାର ଟଙ୍କା ଭିଚରେ ରଖାଯିବ । ଟେମ୍ପରାରି ମେଡିକାଲ କ୍ୟାମ୍ପରେ ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । ପ୍ରତ୍ୟକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ତେବେ ପ୍ରବାସୀଙ୍କୁ ଫେରାଇ ଆଣିବା ପୂର୍ବରୁ ଆବ୍ୟଶକୀୟ ଭିତ୍ତିଭୂମି ସଜାଡିବାକୁ ସରକାରଙ୍କୁ ନିବେଦନ କରିଛିନ୍ତି ବିରୋଧୀ ।

ସେପଟେ ଫେରୁଥିବା ପ୍ରବାସୀମାନଙ୍କ ସମ୍ପର୍କରେ ଆଜି ସମସ୍ତ ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂରେ ହୋଇଥିବା ଏହି ବୈଠକରେ ନିଆଯାଇଛି ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି  । ଅନ୍ୟ ରାଜ୍ୟରୁ ଫେରୁଥିବା ଶ୍ରମିକମାନେ ଯେପରି ଖାଦ୍ୟ ନିରାପତ୍ତାରୁ ବଞ୍ଚିତ ନ ହେବେ ଓ ପ୍ରତ୍ୟେକ ଦିନ ସେମାନଙ୍କ ପାଇଁ ନରେଗା ମାଧ୍ୟମରେ 10 ଲକ୍ଷ ମାନବ ଦିବସ ସୃଷ୍ଟି କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଭିତ୍ତିଭୂମି ଓ ଫେରୁଥିବା ପ୍ରବାସୀମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ସବୁ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା ।

Related Posts

About The Author

Add Comment