ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

Spread the love
କେନ୍ଦୁଝର, ୨୦/୦୪/୨୦ (ସନ୍ଧାନ ନିଉଜ) : କୋରୋଣା ମୁକାବିଲା ପାଇଁ ଲକଡାଉନ ସମୟରେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ସମ୍ପର୍କୀୟଙ୍କ ଘରକୁ ଯାଇଥିବା ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ଘର ପାଖ ଜଙ୍ଗଲରେ ଝିଅର ମୃତଦେହ ମିଳିବା ପରେ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ କରି ଜଣେ ୧୪ ବର୍ଷର ନାବାଳକକୁ ଧରିଛି। ଦୁଷ୍କର୍ମ ପରେ ଧରାପଡ଼ିବା ଭୟରେ ଝିଅକୁ ପିଟି ହତ୍ୟା କରିଥିବା ସେ ପୋଲିସ ଆଗରେ ସ୍ୱୀକାର କରିଥିବା ସୂଚନା ମିଳିଛି।

Related Posts

About The Author

Add Comment