ଭୁବନେଶ୍ୱର,୧୩/୦୪ (ସନ୍ଧାନ ନିୟୁଜ) : ମହାମାରୀ କରୋନା ମୁକାବିଲା ପାଇଁ ଲକ୍ ଡାଉନ୍ ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହିତାଧିକାରୀଙ୍କୁ ବିନା ମୂଲ୍ୟରେ ୫ କେଜି ଚାଉଳ ଯୋଗାଇଦେବେ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ହିସାବରେ ଚାଉଳ ଦିଆଯିବ। ପିଡିଏସ୍ ଚାଉଳ ସହିତ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଏହି ଅତିରିକ୍ତ ଚାଉଳ ମିଳିବ। ଏହାଛଡା ୩ ମାସ ପାଇଁ ପରିବାର ପିଛା ମାଗଣାରେ ୧ କେଜି ଡାଲି ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
ମାଗଣାରେ ହିତାଧିକାରୀଙ୍କୁ ମିଳିବ ଚାଉଳ ଓ ଡାଲି
|
April 13, 2020 |
