ଭୁବନେଶ୍ୱର ୦୫/୦୪ (ସନ୍ଧାନ ନିୟୁଜ) ପୁଣି ୨ କରୋନା ପଜେଟିଭି, ଆଜି ରାଜ୍ୟ ସୂଚନା ଲୋକ ସଂପର୍କ ସଚିବ ସଂଜୟ ସିଂହ ରାଜ୍ୟରେ କରୋନାଭାଇରସ୍ରେ ସଂକ୍ରମିତ ୨୩ ଜଣ ଥିବା ବେଳେ ଭୁବନେଶ୍ୱରରେ ୧୪ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବଂ ୭୫ ଜଣ ପୃଥକବାସରେ ଅଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧୬୯୯ ଜଣଙ୍କର ଟେଷ୍ଟ ହୋଇଛି।
ପୁଣି ୨ କରୋନା ପଜେଟିଭି; ୭୫ ଜଣ ପୃଥକବାସରେ
|
April 5, 2020 |



