ଭୁବନେଶ୍ଵର, ୪/୪/୨୦ (ସନ୍ଧାନ ନିଉଜ) : ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ସହଯୋଗ ପୂର୍ବକ ସହାୟତାର ହାତ ବଢାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତେଣୁ ରାଜ୍ୟବାସୀଙ୍କ ସ୍ଵାର୍ଥ ଓ କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ( କୋଭିଡ-୧୯)କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଦେଲେ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓ
|
April 4, 2020 |



