କଳାବଜାରୀଙ୍କ ଉପରେ ପୋଲିସ ଚଢ଼ାଉ
ରାଉରକେଲା, ୦୨/୦୪ (ସନ୍ଧାନ ନିୟୁଜ): ସାରା ଦେଶ ଏବେ କୋରୋନା ବିରୋଧରେ ଲଢ଼ୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରାଉରକେଲାର କିଛି କଳା ବ୍ୟବସାୟୀ । ଖୋଲା ଖୋଲି ଭାବେ ସରକାରୀ ପିଡ଼ିଏସ ଚାଉଳକୁ ନେଇ କଳାବଜାରୀ କରୁଥିଲେ ସେକ୍ଟର 19 ଆମବାନ ମାର୍କେଟରେ ଦୁଇ ବ୍ୟବସାୟୀ । ବୁଧବାର ସକାଳୁ କିଛି ସ୍ଥାନୀୟ ଲୋକ ବଜାରକୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ସରକାରୀ ଚାଉଳ କଳାବଜାରୀ ହେଉଥିବା ଦେଖିବାକୁ ପାଇଥିଲେ ଏବଂ ତୁରନ୍ତ ଏହି ଲୋକମାନେ ସେକ୍ଟର 19 ପୋଲିସ ସହ ସପ୍ଲାଏ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ସପ୍ଲାଏ ବିଭାଗ ମିଳିତ ଚଢ଼ାଉ କରି 20 ବସ୍ତା ରୁ ଅଧିକ ଗଛିତ ସରକାରୀ ଚାଉଳ ଜବତ କରିଥିଲେ ।
Related Posts
About The Author