ରକ୍ତଚାପରୁ ଜାଣିହେବ ମା’ ଗର୍ଭରେ ପୁଅ ଅଛି କି ଝିଅ

Spread the love

ଭୁବନେଶ୍ୱର, ୨୯/୦୩ (ସନ୍ଧାନ ନିୟୁଜ) ଗର୍ଭବତୀ ମହିଳାମାନେ ସବୁବେଳେ ଏହା ଭାବନ୍ତି ଯେ ତାଙ୍କ ଗର୍ଭରେ ଥିବା ଛୁଆ ପୁଅ ନା ଝିଅ । ଅଧିକାଂଶ ଥର ଏପରି ହୋଇଥାଏ ଯେ ଯେତେବେଳେ କୈାଣସି ମହିଳା ଗର୍ଭବତୀ ହୋଇଥାଆନ୍ତି ସେତେବେଳେ କେତେକ ଲୋକ ତାଙ୍କୁ ଛୁଆର ଲିଙ୍ଗ କହିଥାଆନ୍ତି । ଜନ୍ମ ପୂର୍ବରୁ ଭ୍ରୃଣର ଯାଞ୍ଚ ବେଆଇନ୍ ଅଟେ ତଥାପି କେତେକ ଲୋକ ଏପରି କରିଥାଆନ୍ତି।

ତେବେ କାନାଡ଼ାର ମାଉଣ୍ଟ ସିନାଇ ହସ୍ପିଟାଲରେ ନିକଟରେ ଜାରି କରିଥିବା ଏକ ରିପୋର୍ଟରୁ ସଙ୍କୁଚିତ ଚିନ୍ତାଧାରା ଥିବା ଲୋକେ ଜାଣି ଖୁସି ହୋଇପାରନ୍ତି, ଯେଉଁମାନେ ପୁଅ ଜିଅ ମଧ୍ୟରେ ଭେଦଭାବ କରନ୍ତି। ହସ୍ପିଟାଲରେ ଗବେଷକଙ୍କ ଟିମ୍ ନିଜ ଅଧ୍ୟୟନରେ ଜାରିବାକୁ ପାଇଛନ୍ତି ଯେ, ଗର୍ଭବସ୍ଥା ସମୟରେ ମା’ର ରକ୍ତଚାପ ତଥା ବ୍ଲଡ ପ୍ରେସରରୁ ପିଲାର ଲିଙ୍ଗ ନିର୍ଦ୍ଧାରଣ କରାଯାଇଥାଏ।ରିପୋର୍ଟ ଅନୁସାରେ, ଯଦି ଗର୍ଭବସ୍ଥା ପୂର୍ବରୁ କିମ୍ବା ସେହି ସମୟରେ ମହିଳାଙ୍କର ରକ୍ତଚାପ ଅଧିକ ରହିଥାଏ ତେବେ ପୁଅ ହେବାର ଆଶଙ୍କର ରହିଥାଏ । ଯଦି ରକ୍ତଚାପ କମ୍ ରହିଥାଏ ତେବେ ଝିଅ ଜନ୍ମ ହେବାର ସମ୍ଭାବନା ରହିଥାଏ।

ଡାକ୍ତରଙ୍କ କହିବାନୁସାରେ, ରକ୍ତଚାପ ଫ୍ୟକ୍ଟର ବିଷୟରେ ପୂର୍ବରୁ ସୂଚନା ନଥିଲା। କିନ୍ତୁ ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ, ମହିଳାଙ୍କ ରକ୍ତଚାପ ପିଲାର ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ। ରିପୋର୍ଟ ଅନୁସାରେ ଏହି ଗବେଷଣା ୨୦୦୯ ମସିହାରେ ଚୀନରେ ଆରମ୍ଭ ହୋଇଥିଲା।

Related Posts

About The Author

Add Comment