ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଲେ ମୋଦି

Spread the love

ଭୁବନେଶ୍ୱର,୨୫/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ଅଞ୍ଚଳର ୨୦ରୁ ଊର୍ଦ୍ଧ୍ଵ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମତ ବିନିମୟ କରିଛନ୍ତି। ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଦେଶର ୧୪ଟି ସ୍ଥାନରୁ ଉଭୟ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ। ଓଡ଼ିଶାରୁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ଓ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି-“ଦେଶର କୋଣଅନୁକୋଣରେ ଗୁରୁତ୍ଵପୂର୍ଣ୍ଣ ସୂଚନା ପହଞ୍ଚାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ରହିଛି। ‘କରୋନା’ ସଂକ୍ରମଣ ରୋକିବା ନେଇ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ସଠିକ ସୂଚନା ପହଞ୍ଚାଇବା ଓ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।”

Related Posts

About The Author

Add Comment