ବାରବାଟୀ ପରିବା ମାର୍କେଟ ଭିଡ କିଏ ନିୟନ୍ତ୍ରଣ କରିବ? ପ୍ରଶାସନର ବାଟ ଦେଖାଯାଉନିକ?
ବାରବାଟୀ ପରିବା ମାର୍କେଟ ଭିଡ କିଏ ନିୟନ୍ତ୍ରଣ କରିବ? ପ୍ରଶାସନର ବାଟ ଦେଖାଯାଉନିକ?
Manas Kumar Rout |
March 24, 2020 |

ବିସ୍ତରିତ କରିବା ଦାବି,
ପରିବା ହଟକୁ ବ୍ୟବହାର କରାଯାଉ,
ରାସ୍ତା ଉଭୟ ପଟରେ ଦୂରଇ ବେପାର କରାଯାଉ
ବାରବାଟୀ,୨୪/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ନିହାତି ଭାବରେ କହିପାରିବା ବଂଚିବା ପାଇଁ ଖାଦ୍ୟ ଆବଶ୍ୟକ ଏହି ଲକ ଡାଉନ ସମୟରେ । ସେଥିପାଇଁ ତ ସରକାର ପରିବା ଦୋକାନକୁ ବନ୍ଦ ନକରି ଖୋଲା ରଖିଛି । କିନ୍ତୁ ତାହାକୁ ନେଇ ଯଦି ଆମେ ମଧ୍ୟ ସାଧରଣ ଭାବେ ସଚେତନ ନହୋଇ ଅସମ୍ଭବ ଭିଡ କରି ପରିବା ବ୍ୟବସ୍ଥାୟ କରିବା ଏବଂ କିଣା ବିକା କରିବା ଏବଂ ନିଜର ସୁରକ୍ଷା ଭଙ୍ଗ କରିବା ତାହାଲେ ସରକାର କେତେ ଆମକୁ ସୁରକ୍ଷା ଦେଇପାରିବ । ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ । ଏ ଫଟୋ ହେଉଛି ଯାଜପୁର ଜିଲ୍ଲା ବୃହତ ପରିବା ବଜାର ବାରବାଟୀର । ଏଠାକୁ ପ୍ରତିଦିନ ଅପେକ୍ଷା ଲକ ଡାଉନ୍ ଘୋଷଣା ହେବା ପରେବି ଅତ୍ୟାଧିକ ଭିଡ ପରିଲକ୍ଷିତ ହୋଇଛି । ଏପରକି ଆଜି ପରିବା କିଣବିକାକୁ ନେଇ ପେଲାଟେଲାବି ହୋଇଛି । ଖବର ପାଇଁ ପୋଲିସ ପଂହଚି ଘୋଡାଇବାରୁ ଅଳ୍ପକେ ଆୟତ ହୋଇଥିଲେ ମଧ୍ୟ ପରିବା ଦୋକାନ ବନ୍ଦ ହେଉନଥିବାରୁ ଏଠାରେ ଯଦି କେହି ସଙ୍କର୍ମଣ ବ୍ୟକ୍ତି ଆସିଯାଏ ତେବେ ଏହାକୁ ଆଉ ଆୟତ ରଖିବା ସମ୍ଭବ ହେବ ନାହିଁ । ତେଣୁ ପ୍ରଶାସନ ସମସ୍ତ ପରିବା ବେପାରୀ ମାନଙ୍କ ରାସ୍ତାରେ ଉଭୟ ପଟ ଏବଂ ପରିବା ହାଟ ପ୍ରର୍ଯ୍ୟ ବିସ୍ତାରିତ କରିବା ପାଇଁ ନୟମ ଜାରି କରୁ । ନଚେତ ଆଉ ସମୟ ନଥିବା ଯେ ପରିବା ବିକି୍ର କରିବା ଏବଂ ଖାଦ୍ୟ ଖାଇ ବଂଚିବା ପ୍ରର୍ଯ୍ୟନ୍ତ ।
Related Posts
About The Author