ଯାଜପୁର ୧୨/୦୩ /୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟି ନିକଟସ୍ଥ ବ୍ରହ୍ମଣୀନଦୀରେ ଆଜି ବୁଡି ଜଣେ ଯୁବକଙ୍କ ଅକାଳ ବିୟୋଗ ଘଟିଥିବା ସୂଚନା ମିଳିଛି । ଆଜି ଓଡଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବ ପରିଡା (୧୩) ଓଡଙ୍ଗ ନୀକଟସ୍ଥ ବ୍ରାହ୍ମଣୀ ନଦୀ ଛନ୍ଧାକୁ ଗୋଧେଇବାକୁ ଯାଇଥିବା ବେଳେ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ । ଫଳରେ ପାଣିରେ ବୁଡି ଯାଇଥିଲେ । ଦୀର୍ଘ ୧ଘଂଟା ଧରି ଗ୍ରାମବାସୀ ମାନେ ଖୋଜାଖୋଜି କରି ପାଇବା ପରେ ଧର୍ମଶାଳା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଗ୍ରାମ ସ୍କୁଲରେ ୮ମଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି ।
Report- Manas Rout