ନାବାଳିକା ଉଦ୍ଧାର, ଅପହରଣକାରୀ ଓ ସହଯୋଗୀ ଫେରାର

Spread the love

ଯାଜପୁର ୨୭/୦୨ (ସନ୍ଧାନ ନିୟୁଜ) ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତର ଚୋଟରାୟପୁର ଗ୍ରାମର ହରେକୃଷ୍ଣ ପାଢୀଙ୍କ ଅଭିଯୋଗ ମୁତାବକ ଗତ ୨୩ ତାରିଖ ତାଙ୍କ ଝିଅ ବର୍ଷା ପ୍ରୀୟଦର୍ଶନୀ (ଯେକି ଶଙ୍ଖଚିଲା ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ) ସକାଳୁ ପ୍ରତିଦିନ ପରି ଟିଉସନ ଯାଇଥିଲା । ୈଲେ ସେ ଟିଉସନ ଯାଇ ନଥିବା ଜାଣିବା ପରେ ବହୁ ଖୋଜାଖୋଜି ପରେ ତାର କୌଣସି ଖୋଜଖବର ନମିଳିବାରୁ ଥାନାରେ ଅପହରଣ କରାଯାଇଥିବାର ଅଭିଯୋଗ ମଧ୍ୟ କରିଥିଲେ । ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ବେଳେ ବଢେଇଟିକର ଗ୍ରାମର ଚନ୍ଦନ ମାଝୀ ତାକୁ ଅପହରଣ କରିଥିବାର ପରିବାର ଲୋକ ଅଭିଯୋଗ କରିଥିଲେ । ମୋବାଇଲ ଟ୍ରାକିଙ୍ଗ ଯୋଗେ ସେମାନେ କେୁଉଁଝର ଜିଲ୍ଲା କାଶିପୁର ଅଂଚଳରେ ଥିବା ଜଣାପଡିଥିଲା । ସେମାନେ ବାଇକ ଯୋଗେ ସେଠାରୁ ପଳାଇ ଆସିଥିଲେ । ୩ଟି ବାଇକରେ ଜଣେ ମହିଳାଙ୍କ ସମେତ ୭ ଜଣ ପଳାଇ ଆସି ମଧୁବନରେ ପହଂଚି ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପରିବାର ପକ୍ଷରୁ ସେମାନଙ୍କ ଅଟକାଯାଇଥିଲା । ହେଲେ ସେମାନେ ଅଧିକ ଲୋକ ଥିବାରୁ ଏମାନଙ୍କୁ ଆକ୍ରମଣ କରିଥିଲେ । ସୂଚନା ପାଇ କୁଆଖିଆ ଓ ପାଣିକୋଇଲି ପୁଲିସ ସେଠାରେ ପହଂଚିଥିଲେ । ଲାଇଟ ଦେଖି ପୋଲିସ ଭୟରେ ସେମାନେ ଝିଅକୁ ଛାଡି ଗାଏବ ହୋଇଯାଇଥିଲେ । ହେଲେ ନାବାଳିକା ଉଦ୍ଧାର ହୋଇଥିଲା । ପୁଲିସ ତାକୁ ଉଦ୍ଧାର କରିବା ସହ ତାହାର ୧୬୪ ବୟାନ କରିଥିଲେ । ନାବାଳିକାର କହିବା ମୁତାବକ ଶଙ୍ଖଚିଲା ବଢେଇ ଟିକର ଗ୍ରାମର ଚନ୍ଦନ ମାଝୀ ତାର ସହଯୋଗୀଙ୍କ ସହ ତାକୁ ନେଇଯାଇଥବଲେ । ଜହ୍ନା ବେଣାପୁର ଛକରେ ଦୋକାନ କରିଥିବା ବିକାଶ ତାକୁ କେକ ଖାଇବାକୁ ଦେଇଥିଲା । ଫଳରେ ସେ ଚେତାଶଊନ୍ୟ ହୋଇଥିଲା । ଚେତା ଫେରିବା ପରେ ଏକ ଘରେ ଘର ଭିତରେ ଥିବା ସେ ଜାଣିବାକୁ ପାଇଥିଲା । ମୋଟ ୭ଜଣ ଏହି ଗ୍ରୁପରେ ସାମିଲ ଥିବା ବେଳେ ପୁତୁଲି ନାନୀ ବୋଲି ଜଣେ ମହିଳା ଓ ମନୋଜ ନାମକ ଏକ ଯୁବକ ସେଥିଲେ ସାମିଲ ଥିବା କୁହାଯାଉଛି । ପୁଲିସ ମାମଲାର ତଦନ୍ତ ଜାରି ରଖିଛି ।

Related Posts

About The Author

Add Comment