ଭଣ୍ଡାରିପୋଖରୀ,୧୧ା୨(ସନ୍ଧାନ ନିଉଜ) : ଭଣ୍ଡାରିପୋଖରୀ ଗୋଷ୍ଠୀ କେନ୍ଦ୍ର ପରିସରରେ ସୋମବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗନ୍ନାଥ ପହି, ସ୍ଥାନୀୟ ସୁପରିନଟେଣ୍ଡଣ୍ଟ ଡାକ୍ତର କମଳାକାନ୍ତ ସ୍ୱାଇଁ, ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଅନିତାରାଣୀ ରାଉତ ପ୍ରମୁଖ ଅତିରିକ୍ତ ଟୀକାକରଣ ଯାନ ପରିକ୍ରମା ଉଦଘାଟନ କରିଛନ୍ତି । ଗର୍ଭାବସ୍ଥାରେ ଟୀକାକରଣ ରୁ ବଞ୍ôଚତ ଜନ୍ମ ରୁ ୨ ବର୍ଷର ଶିଶୁ ଓ ମାଆମାନଙ୍କୁ ପ୍ରତ୍ୟେକ ଅଙ୍ଗନୱାହି କେନ୍ଦ୍ରରେ ୧୧ ତାରିଖରେ ଟୀକାକରଣ କରାଯିବ । ଏଏନଏମ କର୍ମଚାରୀମାନେ ଟୀକାକରଣ କରିବେ । ଏଥିପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ପ୍ରଚାର ଯାନ ବ୍ୟବସ୍ତା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କରାଯାଇଛି । ମେଡିକାଲର ସମସ୍ତ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଅତିରିକ୍ତ ଟୀକାକରଣ ପାଇଁ ପ୍ରଚାର ଗାଡି ଉଦଘାଟନ
|
February 11, 2020 |
![](https://sandhannews.com/wp-content/uploads/2020/02/WhatsApp-Image-2020-02-11-at-17.51.54.jpeg)