ସୁଧାଂଶୁ ମେମୋରିୟାଲ ଟୁର୍ଣ୍ଣାମେଣ୍ଟ: ପଞ୍ଚୁପାଣ୍ଡବ ବିଜୟୀ

Spread the love

ଯାଜପୁର ସଦର (ସନ୍ଧାନ ନିୟୁଜ), ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ଗ୍ରାମ ହାଇସ୍କୁଲ ପଡ଼ିଆରେ ସୁଧାଂଶୁ ମେମୋରିୟାଲ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ ହୋଇଯାଇଛି । ଏହି ଉଜ୍ଜାପନୀ ଦିବସରେ ଦୁଇ ଲଢ଼ୁଆ ଦଳ ପଞ୍ଚାୟତ କି୍ରକେଟ୍ ଏକାଦଶ ପଞ୍ଚୁପାଣ୍ଡବ କେନ୍ଦ୍ରାପଡ଼ା ସହିତ ସାର୍ଥକ କି୍ରକେଟ୍ ଏକାଦଶ ବରଦା ମଧ୍ୟରେ ଟକ୍କର ହୋଇଥିଲା । ପ୍ରଥମେ ଟସ୍ ଜିତି ପଞ୍ଚାୟତ କି୍ରକେଟ୍ ଏକାଦଶ ପଞ୍ଚୁପାଣ୍ଡବ ବ୍ୟାଟିଂର ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ୨୫ ଓଭର ଖେଳି ୨ ୱିକେଟ୍ ହାରାଇ ୨୦୬ ରନ୍ କରିଥିଲା । ବପକ୍ଷରେ ସାର୍ଥକ କି୍ରକେଟ୍ ଏକାଦଶ ୧୬ ଓଭର ଖେଳି ୧୦୦ ରନ୍ କରି ଅପରାଜିତ ଘୋଷିତ ହୋଇଥିଲା । ପଞ୍ଚାୟତ କି୍ରକେଟ୍ ଏକାଦଶର ବିଚିତ୍ର ଦଣ୍ଡପାଟ ୭୦ ବଲ ଖେଳି ୬୧ ରନ୍ କରିଥିଲେ । ରାଜେଶ ପାତ୍ର ଚମ୍ପିଆନ ଘୋଷିତ ହୋଇଥିଲେ । ସାର୍ଥକ କି୍ରକେଟ୍ ଏକାଦଶ ବରଦାର ସୋନାକ୍ସ ସାମଲ ରନ୍ରଅଫ ଘୋଷିତ ହୋଇଥିଲେ । ମୁଖ୍ୟ ଅତିଥି ବରୀ ବିଧାୟିକା ଶ୍ରିମତୀ ସୁନନ୍ଦା ଦାସ ଯୋଗଦେଇ ଖେଳାଳୀ ମାନଙ୍କୁ ସାନ୍ତ୍ୱନା ପ୍ରଦାନ କରି ଶ୍ରଷ୍ଠ ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମଙ୍ଗରାଜପୁର ସମିତି ସଭ୍ୟା ମହେଶ୍ୱତା ନାୟକ ଖେଳାଳୀ ମାନଙ୍କୁ ସୁନ୍ଦର ଟିପ୍ପଣୀ ପ୍ରଦାନ କରି ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବନ୍ଧଡିହ ଗ୍ରାମର ବିଚିତ୍ରାନନ୍ଦ ମହାନ୍ତୀ, ସାମନ୍ତରାପୁର ସରପଞ୍ଚ ଅଭିମନୁ୍ୟ ମହାଳିକ, ମଙ୍ଗରାଜପୁର ସରପଞ୍ଚ ପ୍ରତିନିଧି ହିମାଂଶୁ ନାୟକ, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାସ, ମଙ୍ଗରାଜପୁର ଯୁବ ନେତା ବୁଲ୍ ବୁଲ୍ ନାୟକ, ବାଲିଆ ପଞ୍ଚାୟତର ସମିତି ସଭ୍ୟ ପ୍ରଦ୍ୱିପ ଘଢ଼େଇ ଯୋଗଦେଇ ଖେଳାଳୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ ।//ରିପୋଟର- ଗୋପିନାଥ ଦାଶ

Related Posts

About The Author

Add Comment