ଭୁବନେଶ୍ଵର, ୩୧/୧/୨୦ (ସନ୍ଧାନ ନିଉଜ) : ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ରୋଡ ରୋମିଓ ପାଇଁ ମହଙ୍ଗା ପଡ଼ିଛି। ଏହି ଯୁବକ ରାସ୍ତା ମଝିରେ ଯୁବତୀଙ୍କ ଠାରୁ ଚପଲ ମାଡ ଖାଇବା ସହିତ ଆଣ୍ଠେଇ ଭୁଲ୍ ମାଗିଛି। ଘଟଣାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଖବର ଅନୁସାରେ ଗତକାଲି କଟକ ବକ୍ସି ବଜାର ଛକରେ ସେଇ ରୋଡ ରୋମିଓ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ ଚପଲରେ ପିଟିଥିଲେ। ବିଚ୍ ରାସ୍ତାରେ ତାଙ୍କୁ ଆଣ୍ଠେଇ ଭୁଲ୍ ମଗାଇଥିଲେ। କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଡ ଖାଇଥିବା ଯୁବକ।