ଆନନ୍ଦପୁର ବ୍ୟାରେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Spread the love
ଭୁବନେଶ୍ଵର, ୩୧/୧/୨୦ (ସନ୍ଧାନ ନିଉଜ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି। ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ୪୭୫ କୋଟି ଟଙ୍କା ବ୍ୟୟ ହୋଇଛି। ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଏହାର ଜଳଧାରଣ କ୍ଷମତା ରହିଛି ୩୫୦ ଲକ୍ଷ ଘନ ମିଟର। ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡିହି ଓ ଘସିପୁରା ବ୍ଲକର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ।

Related Posts

About The Author

Add Comment