ଭୁବନେଶ୍ଵର, ୨୬ /୧/୨୦ ସନ୍ଧାନ ନିଉଜ : ରାଜଧାନୀର ଖଣ୍ଡଗିରୀ କଳିଙ୍ଗନଗର ଅଞ୍ଚଳରେ ଏକ ବଡ଼ଧରଣର ଲୁଟ୍ କରିବା ପୂର୍ବରୁ ୫ଜଣ କୁଖ୍ୟାତ ଅପରାଧୀଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ଶିଶୁପାଳଗଡ଼ରେ ରହୁଥିବା କଟକ ବଡ଼ମ୍ବା ଅଞ୍ଚଳର ଅଶୋକ ସାହୁ, କଳିଙ୍ଗନଗର ଟାଟା ଆର୍ୟାନ୍ ଅଞ୍ଚଳରେ ରହୁଥିବା ଗଞ୍ଜାମ ପୋଲସରାର ଶିବାନନ୍ଦ ଦାସ, ଜଗତସିଂହପୁରର ସୁଶାନ୍ତ ଦାସ, ସାଗର ସାହୁ ଓ ଚନ୍ଦ୍ରଶେଖରପୁରରେ ରହୁଥିବା ପିପିଲିର ପ୍ରଶାନ୍ତ ସାହୁ। ପୋଲିସ ସେମାନଙ୍କଠାରୁ ଏକ ସୁଇଫ୍ଟ କାର୍, ୩ଟି ବାଇକ୍, ଗୋଟିଏ ବଡ଼ ଖଣ୍ଡା, ୨ଟି ଛୁରି, ଲଙ୍କାଗୁଣ୍ଡ ଓ ୧୪ ହଜାର ଟଙ୍କା ଜବତ କରିଛି।
୫ କୁଖ୍ୟାତ ଅପରାଧୀ ଗିରଫ
|
January 26, 2020 |


