ଗଞ୍ଜାମ: ଯୁବକଙ୍କୁ ଗାଁ ଦାଣ୍ଡରେ ଜିଅନ୍ତା ଜାଳିଦେଲେ

Spread the love
ଗଞ୍ଜାମ, ୨୫/୧ (ସନ୍ଧାନ ନିୟୁଜ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ଛକରେ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଛନ୍ତି ୨ ଦୁର୍ବୃତ୍ତ। ସାମାନ୍ୟ ବଚସାରୁ ଯୁବକଙ୍କୁ ଜିଅନ୍ତା ଜାଳି ଦେବା ପାଇଁ ଚେଷ୍ଟା କରିଥିଲେ ୨ ଦୁର୍ବୃତ୍ତ। ଘଟଣାସ୍ଥଳରେ ପୋଲିସ ପହଁଚି ଯୁବକଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା କରୁଛି।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛଇ ଗ୍ରାମରେ ଗତକାଲି ଅପରାହଣରେ ସନ୍ତୋଷ ନାୟକ ନାମକ ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ୨ ଦୁର୍ବୃତ୍ତ। ଫଳରେ ଯୁବକ ଜଣକ ପ୍ରାଣ ବିକଳରେ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିବା ସହ ସାର୍ଟ, ପ୍ୟାଣ୍ଟ ଖୋଲି ଫୋପାଡିଥିଲେ। ଏପରିକି ତଳେ ଗଡି କାନ୍ଥବାଡରେ ଘୋଷାଡି ହୋଇ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ନିଆଁ ଲାଗିବା କାରଣରୁ ଯୁବକଙ୍କ ୮୦ ଭାଗ ଶରୀର ପୋଡି ଯାଇଛି।

Related Posts

About The Author

Add Comment