ବଜେଟ ପୂର୍ବରୁ କାହିଁକି ଖାଆନ୍ତି ହାଲୁଆ ?

Spread the love

ନୂଆଦିଲ୍ଲୀ, ୨୨/୦୧/୨୦ (ସନ୍ଧାନ ନିଉଜ) : କେନ୍ଦ୍ର ବଜେଟ୍ ପାଇଁ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ବଜେଟ ଦସ୍ତାବିତ ଛପା ହେବା ପୂର୍ବରୁ ହାଲୁଆ ପର୍ବ ପାଳିତ କରାଯାଇଥାଏ । ଏହି ଦିନଠାରୁ ଅର୍ଥ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଘରକୁ ନ ଯାଇ ଏହିଠାରେ ରହିଥାନ୍ତି । ଫଳରେ ବଜେଟ୍ ଦସ୍ତାବିଜ ବାବଦ ତଥ୍ୟ ଗୋପନ ରହିଥାଏ । ବହୁ ବର୍ଷ ହେଲା ଏହି ହାଲୁଆ ପର୍ବ ପାଳିତ ହୋଇଆସୁଛି ।ପରମ୍ପରା ଭାବେ ଏକ ବଡ଼ କଡେ଼ଇରେ ମିଠା ତଥା ସୁସ୍ୱାଦୁ ହାଲୁଆ ରୋଷେଇ କରାଯାଇଥାଏ । ଏହାକୁ ବଜେଟ ସହିତ ଜଡ଼ିତ ସମସ୍ତ ଅଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଏ । ହାଲୁଆ ପର୍ବରୁ ବଜେଟ୍ ଦସ୍ତାବିଜ ଛପା କାର୍ୟ୍ୟ ଆରମ୍ଭ ହୋଇଛି । ବଜେଟ୍ ଦାୟିତ୍ୱରେ ରହିଥିବା ଅର୍ଥମନ୍ତ୍ରାଳୟର ସମସ୍ତ ଅଧିକାରୀ ନର୍ଥ ବ୍ଲକରେ ହିଁ ରହିବେ । ସେମାନେ ବଜେଟ୍ ଆଗତ ହେବା ପର୍ୟ୍ୟନ୍ତ ଘରକୁ ଯିବେ ନାହିଁ । ଏମିତି କି ଘର ଲୋକଙ୍କ ସହ ସେମାନେ ଫୋନରେ ମଧ୍ୟ କଥା ହୋଇପାରିବେ ନାହିଁ । ଇମେଲ ବି କରାଯାଇପାରିବ ନାହିଁ । ବଜେଟ୍ ଆଗତ ହେବା ପୂର୍ବରୁ ଯେମିତି ଏହାର ତଥ୍ୟ ପ୍ରଘଟ ନହୁଏ ।

Related Posts

About The Author

Add Comment