ରୁଷ ପ୍ରଧାନମନ୍ତ୍ରୀ ମେଦ୍‌ଭେଡେଭଙ୍କ ଇସ୍ତଫା

Spread the love

ମସ୍କୋ, ୧୫/୦୧/୨୦ (ସନ୍ଧାନ ନିଉଜ) : ରୁଷ୍‌ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦ୍‌ଭେଡେଭ୍‌ ତାଙ୍କ ସରକାର ଇସ୍ତଫା ଦେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ନିକଟକୁ ପଠାଇ ଦେଇଛନ୍ତି ବୋଲି ରୁଷୀୟ ଖବର ସରବରାହ ସଂସ୍ଥା ରିପୋର୍ଟରୁ ସୂଚନା ମିଳିଛି। ସୂଚନା ଅନୁସାରେ, ମେଦ୍‌ଭେଡେଭଙ୍କ ଇସ୍ତଫା ପରେ ରାଷ୍ଟ୍ରପତି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଷ୍ଟ୍ରପତି ପୁତିନ ମେଦ୍‌ଭେଡେଭଙ୍କୁ ରାଷ୍ଟ୍ରପତି ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରିବାର ଆଶା ରହିଛି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଚଳିତ କ୍ୟାବିନେଟ୍‌ ନୂଆ କ୍ୟାବିନେଟ୍‌ ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରୁଷ ସଂସଦକୁ ଅଧିକ କ୍ଷମତା ପ୍ରଦାନ ଲାଗି ସମ୍ବିଧାନରେ ସଂସ୍କାର ଆଣିବା ପାଇଁ ରାଷ୍ଟ୍ରପତି କହିବା ପରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ଇସ୍ତଫା ପ୍ରଦାନ କରିଛନ୍ତି।

Related Posts

About The Author

Add Comment