ନୟାଗଡ଼,୧୫.୦୧.୨୦୨୦ (ସନ୍ଧାନ ନିଉଜ/ଶିବପ୍ରସାଦ ସାହୁ): ୩୧ତମ ସଡ଼କ ସୁରକ୍ଷା ସପ୍ତାହର ତୃତୀୟ ଦିବସରେ ଆଜି ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଆଂଚଳିକ ପରିବହନ କାର୍ଯ୍ୟାଳୟର ତତ୍ୱାବଧାନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ବକୃକ୍ତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଆସନ୍ତା ଉଦଯାପନି ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏଥିସହିତ ନୟାଗଡ଼ ଟାଉନଥାନା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହେଲମେଟ ଧାରୀଙ୍କୁ ଗୋଲାପ ଫୁଲ ଓ ଚକଲେଟ ଦେଇ ଶୁଭେଚ୍ଛା ଜଣାଯାଇଥିବା ବେଳେ ବିନା ହେଲମେଟ ଧାରୀଙ୍କୁ ସଚେତନତ କରାଯାଇଛି । ଏହି ଅବସରରେ ଭାପୁର ବ୍ଲକ ଫତେଗଡ଼ଠାରେ ଆଂଚଳିକ ପରିବହନ କାର୍ଯ୍ୟଳୟର ସଚେତନତା ରଥ ଜନସଚେତନତା ସୃଷ୍ଟି କରିଛି । ଏଲଇଡି ମାଧ୍ୟମରେ ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି ।
ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରତିଯୋଗୀତା ଏବଂ ସଚେତନତା
|
January 15, 2020 |
