ବରିଷ୍ଟ ସାମ୍ବାଦିକ ଦଧିଚି ଅନିଋଦ୍ଧ ସାମନ୍ତରାୟଙ୍କ ଏକାଦଶାହରେ ଅଶୃଳ ଶ୍ରଦ୍ଧାଞ୍ଜଳୀ

Spread the love

ଧର୍ମଶାଳା, ୧୦/୧ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ନେତାଜୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲାର ବରିଷ୍ଠ ସାମ୍ବାଦିକ ଦଧିଚି ଅନିଋଦ୍ଧ ସାମନ୍ତରାୟଙ୍କ ଏକାଦଶାହରେ ଆଜି ଗଡମଧୁପୁର ପଞ୍ଚେଶ୍ୱରୀ ପିଠ ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ସଙ୍ଘର ସ୍ଥାୟୀ ସଭାପତି ସୌମ୍ୟ ରଂଜନ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ଉପଦେଷ୍ଠା ସାମ୍ବାଦିକ ପରମାନନ୍ଦ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଧିଚି ଅନିଋଦ୍ଧ ସାମନ୍ତରାୟଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରି କହିଥିଲେ ଯେ ଅନିଋଦ୍ଧ ଭାଇ ଜିଲାର ଏକ ପରିଚିତ ମୁହଁ, ଜଣାସୁଣା ସାମାଜିକ କର୍ମୀ, ପରିବେଶ କର୍ମୀ ତଥା ବରିଷ୍ଠ ସାମ୍ବାଦିକ । ସେ ଜିଲାରେ ବେଶ ଭଲ ଭାବରେ ଜଣାସୁଣା ଥିଲେ । ତାଙ୍କର ଏକାଦଶାହରେ ତାଙ୍କର ଆତ୍ମାର ସଦଗତି କାମନା କରୁଛି । ସେହିପରି ସମ୍ପାଦକ ବସନ୍ତକୁମାର ନାୟକ ଅନିଋଦ୍ଧ ସାମନ୍ତରାୟ କେବଳ ଜଣେ ସାମ୍ବାଦିକ ନଥିଲେ ସେ ଥିଲେ ଏକାଧାରରେ ଜଣେ କଳାକରା କବି, ସୁସାହିତ୍ୟିକ, ଲେଖକ, ସ୍ତମ୍ବକାର ଓ ସମାଜସେବୀ ତାଙ୍କର ଅକାଳ ବିୟୋଗରେ ଯାଜପୁର ଜଲା ଜଣେ ଦକ୍ଷ ଲୋକ ହରାଇଲା ବୋଲି କହିଥିଲେ । ସାମ୍ବାଦିକ ଶଙ୍କର ପ୍ରତାପ ଦାସ, ସହ ସମ୍ପାଦକ ଶୁସାନ୍ତ ଖଟୁଆ, ବିନୋଦ ପରିଡା, ଶୁସାନ୍ତ ଗୋସôାୟତ, ଅଶୋକ ଦାସ, ଯୁବ ସାମ୍ବାଦିକ ବାବୁଲି ରାଉତ, ସୁବ୍ରତ ସାହୁ, ବିନୟ ଜେନାମଣି, ପ୍ରଶାନ୍ତ ସାମଲ, ସୁନିଲ ଶତପଥି, କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗଦେଇ ତାଙ୍କର ଅମର ଅତ୍ମାର ସଦଗତି କାମନା କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଦୁଇ ମିନିଟ ନିରବ ପ୍ରଥନା କରାଯାଇଥିଲା ।

Related Posts

About The Author

Add Comment