ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯ : ବାବୁଶାନ୍ ଶ୍ରେଷ୍ଠ ଅଭିନେତା; ବର୍ଷା ଶ୍ରେଷ୍ଠ ଅଭିନେତ୍ରୀ

Spread the love

ଭୁବନେଶ୍ବର; ୬/୧/୨୦୨୦ (ସନ୍ଧାନ ନିୟୁଜ): ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୪ତମ ବାର୍ଷିକ ଉତ୍ସବ ଏବଂ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୧୯’ ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ୨୦୧୯ ପାଇଁ ଚଳଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଶ୍ରେଷ୍ଠ ନାୟକ ଭାବରେ ବାବୁଶାନ ମହାନ୍ତି ଏବଂ ଶ୍ରେଷ୍ଠ ନାୟିକା ଭାବରେ ବର୍ଷା ପ୍ରିୟଦର୍ଶିନୀ ପୁରସ୍କୃତ ହୋଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‍) ବୈଶାଳୀ ଏବଂ (ପପୁଲାର) ମିଷ୍ଟର ମଜ୍‌ନୁ ପାଇଥିଲା।ଶ୍ରେଷ୍ଠ ନିର୍ଦେଶକ (କ୍ରିଟିକ୍‍) ବବି ଇସ୍‍ଲାମ୍‍, (ପପୁଲାର) ଅଶୋକ ପତି, ଗୀତିକାର ପଞ୍ଚାନନ ନାୟକ, ଖଳନାୟକ ସନ୍ଦୀପ ପାଣି, ଦୁଃଖିରାମ ସ୍ୱାଇଁ ସ୍ମାରକୀ ଖଳନାୟକ ସମ୍ମାନ ରାଇମୋହନ ପରିଡ଼ା, ସଙ୍ଗୀତ ନିର୍ଦେଶକ ପ୍ରେମାନନ୍ଦ, ପ୍ରଚ୍ଛଦପଟ୍ଟ ଗାୟକ ସରୋଜ ପ୍ରଧାନ, ପ୍ରଚ୍ଛଦପଟ୍ଟ ଗାୟିକା ନିବେଦିତା, କାହାଣୀକାର ଦିଲୀପ ଦାଶ, ନବାଗତା ନାୟିକା ଅନନ୍ୟା ମହାନ୍ତି, ନବାଗତ ନାୟକ ଶ୍ରେୟାନ୍‍ ନାୟକ, ପାର୍ଶ୍ବ ଅଭିନେତା (ଯୁଗ୍ମ ଭାବରେ) ଶ୍ରୀତମ ଦାସ, ଶୁଭାଶିଷ ନାଥ ଶର୍ମା, ପାର୍ଶ୍ବ ଅଭିନେତ୍ରୀ (ଯୁଗ୍ମ ଭାବରେ) ବେବି ପ୍ରଧାନ, ପ୍ରତିଭା ପଣ୍ଡା, ସଂଳାପକାର ଦେବୀଦତ୍ତ ମହାନ୍ତି, ଚରିତ୍ର ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କା, କ୍ଷୁଦ୍ର ପ୍ରାମାଣିକ ଚିତ୍ର ସନ୍ନି ଦି ସନ୍‍ ଅଫ୍‍ ରିଭର ମହାନଦୀ (ପ୍ରଯୋଜକ- ଡ. ଶ୍ୱେତ କୁମାର ଦାଶ), କଳାତ୍ମକ ଚିତ୍ର କୋକଲି (ପ୍ରଯୋଜକ- ସ୍ନେହାଶିଷ ଦାସ), ସଂସ୍କାରଧର୍ମୀ ଚଳଚ୍ଚିତ୍ର- ମା’ ନୁହେଁ ପତିତା (ପ୍ରଯୋଜକ- ଡା. ରମାରମଣ ଷଡ଼ଙ୍ଗୀ ଓ ଡା. ସରୋଜିନୀ ଷଡ଼ଙ୍ଗୀ), ଚରିତ୍ର ଅଭିନେତ୍ରୀ- ନମ୍ରତା ଦାସ, ଶ୍ରେଷ୍ଠ ଶିଶୁ କଳାକାର ଐଶ୍ୱର୍ଯ୍ୟା ମିଶ୍ର, ଚିତ୍ରୋତ୍ତଳନକାରୀ- ରବୀନ୍ଦ୍ର ବେହେରା, ଆଲୋକ ସମ୍ପାତକାରୀ ପୀତାମ୍ବର ସାହୁ, କଳା ନିର୍ଦେଶକ ନିବାରଣ ଷଡ଼ଙ୍ଗୀ, ହାସ୍ୟାଭିନେତା ଦୀପକ ତ୍ରିପାଠୀ, ଆଭୂଷଣକାରୀ ଶରତ କୁମାର ବେହେରା, ପ୍ରଡକ୍ସନ୍‍ ବୟ ମାନସ ବେହେରା, ରୂପସଜ୍ଜାକାରୀ ଉତ୍ସବ ମହାରଣା ଆଦି ପୁରସ୍କୃତ ହୋଇଥିଲେ।

Related Posts

About The Author

Add Comment