ଯାଜପୁର ସଦର, ୦୫ା୦୧ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବବଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଞ୍ଚାୟତରର ବଡ଼ବାଲିକୁଦା ଗ୍ରାମର ଶ୍ରୀ ଶ୍ରୀ ଅନୁକୁଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମୋଉତ୍ସବ ବଡ଼ବାଲିକୁଦା ସତ୍ସଙ୍ଗ କେନ୍ଦ୍ରର ଦଶମ ତମ ବାର୍ଷିକ ଉତ୍ସବ ସତ୍ସଙ୍ଗ କେନ୍ଦ୍ର ପରିଶରରେ ପାଳନ କରାଯାଇଥିଲା । ଏହି ଅବସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ଅବସରରେ ପ୍ରାତ ଭ୍ରମଣ ଅନୁକୂଳ ଚନ୍ଦ୍ରଙ୍କ ମଙ୍ଗଳା ଆଳତୀ ପ୍ରାର୍ଥନା ବରିଷ୍ଠ ରିତିକ୍ ମାନଙ୍କୁ ନେଇ ପ୍ରାର୍ଥନା ସଭା ଅନୁଷ୍ଟିତ କରାଯାଇଥିଲା । ଠାକୁର ଅନୁକୂଳ ଚନ୍ଦ୍ର ଭକ୍ତ ମାନଙ୍କ ଗହଣରେ ବରିଷ୍ଟ ରିତ୍କ ମାନଙ୍କୁ ନେଇ ଭଜନ ସଂଧ୍ୟା ଦର୍ଶନ ପ୍ରଭୂଙ୍କର ଆଳତୀ କରାଯାଇଥିଲା । ଭକ୍ତ ମାନେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରାର୍ଥନା ଭଜନ ସଂଧ୍ୟା ପରିବେଶଣ କରିବା ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଅନୁକୂଳ ଚନ୍ଦ୍ର ଭକ୍ତ ମାନେ ଯୋଗଦାନ କରିଥିଲା । ଅନୁକୂଳ ଚନ୍ଦ୍ରଙ୍କ ସତ୍ସଙ୍ଗ କେନ୍ଦ୍ର ପରିଶରରେ ରବିନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏକ ପ୍ରାର୍ଥନା ସଭା ଅନୁଷ୍ଟିତ ହୋଇଥିଲା । ଏହି ପ୍ରାର୍ଥନା ସଭାରେ ଅନୁକୂଳ ଚନ୍ଦ୍ରଙ୍କ ରିତିକ୍ ମାନେ ଯୋଗଦାନ କରିଥିଲେ । ସେମାନେ ପ୍ରଭୂଙ୍କ ଗୁଣଗାନ କରିବା ସହିତ ପ୍ରଭୂଙ୍କ ଦିକ୍ଷାରେ ଦିକ୍ଷିତ ହୋଇ ସତ୍ପଥରେ କର୍ମ କରିବା ପାଇଁ ରିତିକ୍ ମାନେ ତାଙ୍କ ବକ୍ତବ୍ୟ ଏହି ପ୍ରାର୍ଥନା ସଭାରେ ତାଙ୍କ ବକ୍ତବ୍ୟ ରଖିଥିଲେ । ଏହି ପ୍ରାର୍ଥନା ସଭାରେ ଯୋଗଦାନ କରିଥିବା ରିତିକ୍ ରବିନ୍ଦ୍ର କୁମାର ମିଶ୍ର, ଗୌଦାବରିଶ କର, ଉମାକାନ୍ତ ବିଶ୍ୱାଳ, ଡ. ହରପ୍ରସାଦ ସାହୁ, ବିଷ୍ଣୁ ଚରଣ ସାମଲ ବଡ଼ବାଲିକୁଦା ଗ୍ରାମର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ମାନେ ଯୋଗଦେବା ସହିତ ଆନନ୍ଦ ବଜାରେ ମହାପ୍ରସାଦ ସେବନ କରାଯାଇଥିଲା ।
ବଡ଼ବାଲିକୁଦା ସତ୍ସଙ୍ଗ କେନ୍ଦ୍ରର ୧୦ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ
|
January 6, 2020 |