ନୂଆଦିଲ୍ଲୀ, ୧/୧/୨୦୨୦ (ସନ୍ଧାନ ନିୟୁଜ): ପଳାତକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଋଣ ସୁଝିବ ବ୍ୟାଙ୍କ । ପିଏମଏଲଏ ର ଏକ ସ୍ୱତନ୍ତ୍ର ଅଦାଲତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ କିଛି ଅନ୍ୟ ବ୍ୟାଙ୍କମାନଙ୍କୁ ବିଜୟ ମାଲ୍ୟାଙ୍କ ଜବତ୍ ହୋଇଥିବା ସମ୍ପତ୍ତିକୁ ବିକ୍ରି କରି ଋଣ ସୁଝିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ପୂର୍ବରୁ ଇଡି କହିଥିଲା ଅଭିଯୁକ୍ତମାନଙ୍କ ବିରୋଧରେ କରାଯାଉଥିବା ଆଦାୟରେ କୌଣସି ଆପତ୍ତି ନାହିଁ ।
ମାଲ୍ୟାଙ୍କ ଓକିଲ କୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ବିରୋଧ କରି କହିଛନ୍ତି ଏହି ନିଷ୍ପତ୍ତି କେବଳ ଡେଟ ରିକଭରି ନ୍ୟାୟାଧିକରଣ ହିଁ ନିର୍ଦ୍ଧାରଣ କରିପାରିବେ । ତେବେ ସ୍ୱତନ୍ତ୍ର ପିଏମଏଲଏ ଅଦଲାତ ଏହି ନିଷ୍ପତ୍ତି ଉପରେ 18 ଜାନୁଆରୀ ପର୍ଯ୍ୟନ୍ତ ରୋକ୍ ଲାଗାଇଛନ୍ତି । ଯାହାଦ୍ୱାରା କି ମାଲ୍ୟା ଏହି ନିର୍ଦ୍ଦେଶ ବିରୋଧରେ ବମ୍ବେ ହାଇ କୋର୍ଟରେ ଅପିଲ କରିପାରିବେ । ଏଠି କହି ରଖୁଛୁ ଯେ ବ୍ୟାଙ୍କର ପାଖାପାଖି 9 ହଜାର କୋଟିର ଋଣ ନ ସୁଝି ବ୍ୟାଙ୍କକୁ ଫାଙ୍କି ମାଲ୍ୟା ବ୍ରିଟେନ୍ରେ ଏହି ମାମାଲାର ସମ୍ମୁଖୀନ କରୁଛନ୍ତି ।





