ଓଳାଶୁଣୀ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୮ା୧୨(ସନ୍ଧାନ ନିୟୁଜ/ଜି. ଦାସ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବାଲିଚନ୍ଦ୍ରପୁର ନିକଟସ୍ଥ ସନ୍ଥ ଅରକ୍ଷିତ ଦାସଙ୍କ ସିଦ୍ଧି ଏବଂ ସାଧନାର ପିଠ ଓଳାଶୁଣୀର ଐତିହ ପରମ୍ପରାକୁ ନେଇ ଓଳାଶୁଣୀ ପାହାଡ଼ ପାଦ ସ୍ଥଳିରେ ସଂଗମ ମଧ୍ୟସ୍ତଳି ତିନୋଟି ଜିଲ୍ଲାର ବୋହୁ ପ୍ରସିଦ୍ଧ ବହୁ ପୁରାତନ ମହାପୁରୁଷ ଅରକ୍ଷିତ ଦାସଙ୍କର ପବିତ୍ର ମାଘ ସପ୍ତମୀ ଅବସରରେ ମାଘ ଏକାଦଶୀ ଜାନୁଆରୀ ମାସ ୨୦ ତାରିଖ ଠାରୁ ଓଳାଶୁଣୀ ଗୁମ୍ଫାର ମେଳା ଅନୁଷ୍ଟିତ ହେବାକୁ ଯାଉଥିବା ବେଳେ, ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦର ପ୍ରସ୍ତୁିତ ବୈଠକ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ କରାଯିବା ପାଇଁ ଉନ୍ନୟନ ପରିଷଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଓଳାଶୁଣୀ ପାହାଡ଼ ପାଦଦେଶରେ ଗୁମ୍ଫାପରିଶର ଗଣେଷ ମଣ୍ଡପଠାରେ ଓଳାଶୁଣୀ ଗୁମ୍ଫାର ମହନ୍ତ ନାମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କରାଯାଇଥିଲା । ଏହି ବୈଠକରେ ଓଳାଶୁଣୀ ଗୁମ୍ଫା ପରିଷଦର ଦିବ୍ୟାଗତ ସଭ୍ୟ ବିରକିଶୋର ଧଳ, କରୁଣାକର ବିଶ୍ୱାଳ, ଅନନ୍ତ କିଶୋର ସିଂ ଙ୍କ ଉଦେ୍ଦଶ୍ୟରେ ଏକ ମିନିଟ ନିରବ ପ୍ରାର୍ଥନା ତାଙ୍କ ଆତ୍ମାର ସସ୍ଗତି ପାଇଁ ପରିଷଦର ସଭ୍ୟ ମାନେ ନିରବ ପ୍ରାର୍ଥନା କରିଥିଲେ । ମାଘ ଦଶମୀ ତିଥିରେ ଅନୁଷ୍ଟିତ ହେଉଥିବା ଅରକ୍ଷିତ ଦାସଙ୍କ ଓଳାଶୁଣୀ ଯାତ୍ରା ପାଇଁ ଏହାକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବାଲାଗି ପରିଷଦର ସଭ୍ୟ ମାନ ପ୍ରସ୍ତିତି ବୈଠକରେ ଆଲୋଚନା କରିଥିଲେ । ଲକ୍ଷ୍ୟାଧିକ ଭକ୍ତ ମାନଙ୍କ ସମାଗମକୁ ଆଖିଆଗରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ସାହାଯ୍ୟ ସହଯୋଗ କରାଯିବା ବୋଲି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା । ମହାପୁରୁଷ ଅରକ୍ଷିତ ଦାଶଙ୍କ ସମାଧି ମନ୍ଦିରର ପରିଶରରେ ଭିଡ଼କୁ ଆଖି ଆଗରେ ରଖାଯାଇ ସୁଚାରରୁପେ ଭକ୍ତମାନେ ଦର୍ଶନ କିରିବା ପାଇଁ ଅସ୍ତାୟୀ ଦୋକାନ ଏବଂ ମହାପ୍ରସାଦ ସେବନ ଲାଗି ସଭ୍ୟ ମାନଙ୍କମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଥିଲା । ପୋଡ଼ ପିଠା ଉନ୍ନତ ମାନର କରିବା ପାଇଁ କମିଟି ପକ୍ଷରୁ ଏହାର ଯାଞ୍ଚ କରିବା ଲାଗି ନିଷ୍ପତି ହୋଇଥିଲା । ମହାପୁରୁଷ ମହିମଣ୍ଡଳ ଗୀତା ବିଷୟରେ ପ୍ରତିଦିନ ପ୍ରବଚନ କାର୍ଯକ୍ରମରେ ସ୍ଥିର କରାଯାଇଥିଲା । ମେଳା ପରିଚାଳନା ପ୍ରଶାସନ ବୈଠକ ଏନେଇ ଯାଜପୁର ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବାଲାଗି ଏହି ବୈଠକରେ ସ୍ତିର କରାଯାଇଥିଲା । ଏହି ପ୍ରସ୍ତିତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲାଙ୍ଗୁଡ଼ି ମଠର ମହନ୍ତ ପର୍ଶୁରାମ ଦାସ, ବ୍ରଜ ସାମଲ, ରୁଦ୍ରନାରାୟଣ ସିଂ, ମହେନ୍ଦ୍ର ସିଂ, ରତିକାନ୍ତ ସାମଲ, କାହ୍ନୁ ସାମଲ, ଉମେଶ ସାମଲ, ମହେନ୍ଦ୍ର ରଣସିଂ, ଅମୁଲ୍ୟ ସିଂ, ଶ୍ୟାମସୁନ୍ଦର ମହାରଣା, ଶାକ୍ୟସିନି ଭୁଇଁୟା, ବ୍ରଜ ମହାରଣା, ରାଧାଶ୍ୟାମ ପରିଡ଼ା, ଦେବାଶିଷ ସିଂ, ପ୍ରଫୁଲ୍ଲ ନନ୍ଦ, ସତ୍ୟଜିତ କାନୁନ୍ଗୋ, ଅନିଲ ଭୁଇଁଆ ଏହି ପ୍ରସ୍ତୁତି ବୈଠକରେ ଯୋଗଦାନ କରିଥିଲେ । ମାଘ ଏକାଦଶୀ ଓଲାଶୁଣୀ ଯାତ୍ରା ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଚି ।

Related Posts

About The Author

Add Comment