ରାଉରକେଲା, ୨୪/୧୨ (ସନ୍ଧାନ ନିୟୁଜ) : ସ୍ଥାନୀୟ ଜଳଦା ସ୍ଥିତ ପ୍ରିୟଦର୍ଶିନୀ ମହିଳା ମହାବିଦ୍ଯାଳୟର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ବ୍ୟାପୀ କଲେଜ ପରିସରରେ ବର୍ଣ୍ଣାଢ୍ଯ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ଯକ୍ଷା ସୌଦାମିନୀ ଭୂୟାଁ ପତାକା ଉତ୍ତୋଳନ କରି ଏହି କ୍ରୀଡା ବାର୍ଷିକୋତ୍ସବକୁ ଶୁଭ ଉଦଘାଟନ କରିଥିଲେ | ଛାତ୍ର ଜୀବନରେ ଶିକ୍ଷା ସହ କ୍ରୀଡାର ଆବଶ୍ୟକତା ଅପରିହାର୍ଯ୍ୟ | ନିଷ୍ଠାପର ଅଧ୍ଯବସାୟ ଓ କଠିନ ପରିଶ୍ରମ ହିଁ ସଫଳତାର ଚାବି କାଠି ବୋଲି ଶ୍ରୀମତୀ ଭୂୟାଁ ମତବ୍ୟକ୍ତ କରିଥିଲେ | ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଶୁଭ୍ରା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କ୍ରୀଡା ସମାରୋହରେ ଦୌଡକୁଦ, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟ୍ ଫୁଟ୍, ଡିସକସ୍ ଥ୍ରୋ, ସ୍ଲୋ ସାଇକେଲ ରେସ୍ ଆଦି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା | କ୍ରୀଡା ପ୍ରଶିକ୍ଷିକା ଇତିଶ୍ରୀ ପଟ୍ଟନାୟକ ବାର୍ଷିକ ବୀବରଣୀ ପାଠ କରିଥିଲେ |ଏହି ଅବସରରେ ବିଭିନ୍ନ କ୍ରୀଡାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା | ଚଳିତ ବର୍ଷ ଯୁକ୍ତ ଦୁଇ ଶ୍ରେଣୀରେ ପଦ୍ମା ମାଝୀ ଏବଂ ଯୁକ୍ତ ୩ ଶ୍ରେଣୀରେ ଆମ୍ରେନସିଆ କାଣ୍ଡୁଲାନା ୨୦୧୯- ୨୦ ଶିକ୍ଷା ବର୍ଷର ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ପୁରସ୍କୃତ ହୋଇଥିଲେ | ଛାତ୍ରୀ ରଶ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ବରିଷ୍ଠ ଅଧ୍ୟାପିକା ଗୀତିକା ପଟେଲ, ଜ୍ୟୋତ୍ସ୍ନା ଷଡଙ୍ଗୀ, ଅରୁନ୍ଧତୀ ଦାସ , ସରିତା ଦାସ, ପ୍ରଭା ମଂଜରୀ ଦାସ, ରଂଜୁ ପଟେଲ, ଅପରାଜିତା ମିଶ୍ର, ରଶ୍ମିବାଳା ମହାନ୍ତି, ମୀନତୀ ଦାସ, ନନ୍ଦିତା ମହାନ୍ତି, ସଂଯୁକ୍ତା ପଟ୍ଟନାୟକ, ପ୍ରୀତିବାଳା ମହାକୁଡ, ସୁନନ୍ଦା ନାଥ, ମୀନା ମାହାନ୍ତ, ନିବେଦିତା ମହାନ୍ତି, ରୀତା ଭୂୟାଁ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ | ମହାବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରୀ ଏହି କ୍ରୀଡା ଉତ୍ସବରେ ଅଂଶଗ୍ରହଣ କରିଥିଲେ | ଶେଷରେ ଛାତ୍ରୀମାନଙ୍କ ଦ୍ବାରା ପରିବେଶିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ଯକ୍ରମ ସମସ୍ତଙ୍କୁ ବିମୋହିତ କରିଥିଲା।// Report- Subodh Nayak
ପ୍ରିୟଦର୍ଶିନୀ ମହିଳା ମହାବିଦ୍ଯାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
|
December 24, 2019 |