ବାଲଶ୍ୱେର ଜିଲ୍ଲାର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠ । ଏହି ପୀଠର ନୈସ୍ୱର୍ଗୀକ ସୁଷମା ସବୁ ସମୟରେ ପ୍ରକୃତିପ୍ରେମୀ, କବି, ଲେଖକ ଓ ସାଧାରଣ ଜନତାଙ୍କୁ ଆକୃଷ୍ଟ କରେ । ପଞ୍ଚଲିଙ୍ଗେଶ୍ୱର କେବଳ ଏକ ତୀର୍ଥସ୍ଥାନ ନୁହେଁ, ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ମଧ୍ୟ । ପଞ୍ଚଲିଙ୍ଗେଶ୍ୱରକୁ ଆସୁଥିବା ଶ୍ରଦ୍ଧାଳୁ ଝରଣା ପାଣିରେ ଥିବା ଲିଙ୍ଗକୁ ଛୁଇଁ ଆଶିର୍ବାଦ ନିଅନ୍ତି । ପ୍ରତିଦିନ ଏହି ପବିତ୍ର ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ । ଦେଖନ୍ତୁ ଭୋଳାନାଥଙ୍କ ଦର୍ଶନ ପାଇଁ ଆଗ୍ରହ ସହକାରେ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି ।
ପଞ୍ଚଲିଙ୍ଗେଶ୍ୱରଙ୍କର ଅବିର୍ଭାବ ଓ ମହିମା ବିଷୟରେ ବହୁ କିମ୍ବଦନ୍ତୀ ଓ କାହାଣୀ ପ୍ରଚଳିତ ଅଛି । ପ୍ରବାଦ ଅଛି ପାଣ୍ଡବ ମାନେ ଅଜ୍ଞାତବାସ ସମୟରେ ପାଞ୍ଚ ଟି ଶିବ ଲିଙ୍ଗ ପ୍ରତିଷ୍ଠା କରି ପୂଜା କରୁଥିଲେ । ସେହିଦିନ ଠାରୁ ଏହି ପାଞ୍ଚ ଗୋଟି ଶିବ ଲିଙ୍ଗ ପଞ୍ଚଲିଙ୍ଗେଶ୍ୱର ନାମରେ ପୂଜା ପାଇଆସୁଛନ୍ତି ।
ଏହି ପୀଠର ଆଉ ଏକ ପ୍ରମୁଖ ଆକର୍ଷଣ ହେଲା ଦେବଗିରି ପର୍ବତମାଳା । ଦେବଗିରିର ଯାଦୁଗରୀ ସୌନ୍ଦର୍ଯ୍ୟ, ପ୍ରକୃତିପ୍ରେମୀ ଓ ତୀର୍ଥ ଯାତ୍ରୀଙ୍କୁ ବହୁ ଦୂରରୁ ଟାଣିଆଣେ । ଏଠାକାର ଶାନ୍ତ ବାତାବରଣ, ବନଭୂମିର ବିଜନ ମାଧୁରୀ, ପାହାଡ଼ ଶଯ୍ୟାରେ ଢେଉ ଭାଙ୍ଗି ବହିଯାଉଥିବା ଗିରି ନିର୍ଝରିଣୀର ଛନ୍ଦମୟ ସଂଗୀତ କ୍ଳାନ୍ତ ମନକୁ ସ୍ୱର୍ଗୀୟ ଆନନ୍ଦ ଦିଏ । ପାହଡର ପାଦ ଦେଶରେ ପଡିରହିଥିବା ଖୋଲା ପ୍ରାନ୍ତରେ ଟିକିଏ ସମୟ ବିତାଇବକାକ ଆଗନ୍ତୁକ ମାନେ ଛୁଟି ଆସନ୍ତି । ଏଠାକାର ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହ ଏଠାକୁ ବାରମ୍ବାର ଆସିବାକୁ ମନ ବଳାନ୍ତି