ଘାଟିରେ ଓଲଟିଲା ପିକନିକ୍ ବସ୍,୧ ମୃତ ୧୫ ଆହତ

Spread the love

ଦିଗପହଣ୍ଡି, ୧୫/୧୨ (ସନ୍ଧାନ ନିଉଜ) : ତପ୍ତପାଣି ଘାଟିରେ ଏକ ପିକନିକ୍ ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ରରୁ ଉର୍ଦ୍ଧ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଅନୁସାରେ  ଜିରାଙ୍ଗ ନୟାଗଡ ଅଞ୍ଚଳର କିଛି ଲୋକ ପିକନିକ୍ ଯାଇଥିଲେ। ପିକନିକ୍ ସାରି ଫେରୁଥିବା ବେଳେ ବସଟି ତପ୍ତପାଣି ଘାଟି ରାସ୍ତାରେ ଏକ ବାଇକକୁ ଧକ୍କାଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସ୍ ଧକ୍କାଦେଇଥିବା ବାଇକ ଚାଳକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁର୍ଘଟଣାରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ  ୧୫ରରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର  ଆହତ ହୋଇଛନ୍ତି।   ବସଟି ଓଲଟି ପଡିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

Related Posts

About The Author

Add Comment