ଚିଲିକା୧୫/୧୨ (ସନ୍ଧାନ ନିୟୁଜ୍) ବାଲୁଗାଁ ଥାନା ଅଧୀନ ଗଙ୍ଗାନଗର ଗ୍ରାମର କଲେଜ ଛାତ୍ରୀ ଶିବାନୀଙ୍କୁ ଗଳାକାଟି ହତ୍ୟା ଘଟଣାର ମୁଖ୍ୟ ଖଳନାୟକ ଭାଉଜ କାବେରୀ। ଶିବାନୀଙ୍କ ପ୍ରକୃତ ହତ୍ୟାକାରୀ ତାଙ୍କ ଭାଉଜ କାବେରୀ ବୋଲି ସୂଚନା ଦେଲେ ଖୋର୍ଦ୍ଧା ଏସ୍.ପି । ରାତିରେ ନଣନ୍ଦ ଶିବାନୀଙ୍କ ସହ ଗଣ୍ଡଗୋଳ ହେବାରୁ ଛୁରୀରେ ବେକ କାଟି ହତ୍ୟା କରିଥିଲେ। ପୁଲିସ୍ ସୂଚନା ମୁତାବିକ , ବାଲୁଗାଁ ଥାନା ଅଧୀନ ଗଙ୍ଗାନଗର ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଶନିବାର ରାତି ପ୍ରାୟ ୮ଟାବେଳେ ଗଳାକାଟି ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ପୁଲିସ ଛାତ୍ରୀଙ୍କ ଭାଉଜ କାବେରୀ ଓ ସେହି ଗ୍ରାମର ବିଭୁ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲେ। ନଣନ୍ଦ ଶିବାନୀଙ୍କୁ ହତ୍ୟା ମୁଖ୍ୟ ଅଭିଯୁକ୍ତ ଭାଉଜ କାବେରୀ। ନଣନ୍ଦ ଶିବାନୀ ସହ ଗଣ୍ଡଗୋଳ ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିଲା ଭାଉଜ । ଏଥିସହିତ ପ୍ରଥମେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହୋଇଥିଲା । ପରେ ପୋଲିସ ପୁରା ଘଟଣାର ପର୍ଦ୍ଦାଫାଶ କରିଛି ।
ଭାଉଜ କାବେରୀ ଶିବାନୀଙ୍କ ବଡ ଭାଇକୁପ୍ରେମ ବିବାହ କରିଥିଲେ । ଏହାକୁ ନେଇ ନଣନ୍ଦ ସହ ପୂର୍ବରୁ ଟାହିଟାପରା କରୁଥିଲେ । ଯାହାଫଳରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ଥିଲା । ଶନିବାର ରାତିରେ ଭାଉଜ ପ୍ରତିଶୋଧ ପରାୟଣ ହୋଇ ଜଘନ୍ୟ ହତ୍ୟାକାଣ୍ଡ ଘଟାଇବା ଏହି ଘଟଣା ଲୁୁଚାଇବା ପାଇଁ ଷଡଯନ୍ତ୍ର ତିଆରି କରିଥିଲେ। ଏକତରଫା ପ୍ରେମ କାରଣରୁ ହତ୍ୟା କରାଯାଇଥିବା ଭାଉଜ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ସେହି ଗାଁର ଶରତ ମାଝୀ ନାମକ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ଯାହାକୁ ଭିଲେନ ଭାଉଜ ଶିବାନୀଙ୍କ ପ୍ରେମିକ ବୋଲି ଦର୍ଶାଇଥିଲେ । ପୋଲିସ ପୁରା ମାମଲାରୁ ପର୍ଦ୍ଦାଫାସ କରିବା ସହ ହତ୍ୟା କରାଯାଇଥିବା ଛୁରୀକୁ ପୁଲିସ୍ ଜବତ କରିଛି। ଏଥି ସହ କାବେରୀ ବୟାନ ମଧ୍ୟ ରେର୍କଡ କରାଯାଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗଙ୍ଗାନଗର ଗ୍ରାମର ରାମ ବେହେରାଙ୍କ ଝିଅ ଶିବାନୀ ଓରଫ ଗୁଗୁଲି(୧୭) ବାଲୁଗାଁ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ୱିତୀୟ ବର୍ଷରେ ପଢୁଥିଲେ । ରାତି ୮ଟାରେ ସେ ନିଜ ଘରେ ପଢୁଥିବାବେଳେ ତାଙ୍କ ଭାଉଜ ପାଖରେ ବସି ରୁଟି ବେଲୁଥିଲେ । କିଛି ସମୟ ପରେ ଭାଉଜ ବାହାରକୁ ଆସିଥିବା ବେଳେ ଗୁଗୁଲି ତାଙ୍କ ପଛେ ପଛେ ଆସିଥିଲେ । ଏହି ସମୟରେ ତାଙ୍କ ବାରିପଟ ଡେଇଁ ବିଭୁ ଘର ମଧ୍ୟକୁ ପଶି ଛପି ରହିଥିଲେ । ଗୁଗୁଲିଙ୍କୁ ଦେଖି ସେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଫେରାର ହୋଇଯାଇଥିଲେ । ଚିତ୍କାର ଶୁଣି ଗୁଗୁଲିଙ୍କ ପରିବାର ଲୋକେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସେଠାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବାଲୁଗାଁ ପୁଲିସ ମୃତଦେହ ଜବତ କରିବା ସହ ଗଙ୍ଗାନଗରରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।
![](https://sandhannews.com/wp-content/uploads/2019/12/PicsArt_12-15-03.31.49-300x169.jpg)