ଘରୋଇ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ସଂଘର୍ଷ : ଜଣେ ଗୁରୁତର, ଦୁଇ ଆହତ

Spread the love
କେଉଁଝର/ଆନନ୍ଦପୁର , ୯/୧୨  (ସନ୍ଧାନ ନିୟୁଜ୍) ଆନନ୍ଦପୁର ଥାନା ବରଡିହୀ ଗାଁରେ ପିଲା କଳିକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ସଂଘର୍ଷ ହୋଇଛି । ଫଳରେ ଗୋଟିଏ ପରିବାରର ୩ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ ଯେ, ଗାଁର ଭିମସେନ ଜେନା ଓ ଗୋଲକ ଜେନାଙ୍କ ପରିବାରର ପିଲାମାନେ ନଦୀଘାଟରେ ଗାଧୋଇବା ସମୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା । ପରେ ଏହି ଘଟଣାକୁ କେନ୍ଦ୍ରକରି ଗାଁରେ ଉଭୟ ପରିବାର ମଧ୍ୟରେ ବଚସା ଉଗ୍ର ରୂପ ନେଇଥିଲା । ଗୋଲକଙ୍କ ପରିବାରଲୋକେ ଭିମସେନଙ୍କ ପରିବାରଲୋକଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଭୀମସେନଙ୍କ ପତ୍ନୀ ଲଳିତା ଗୁରୁତର ହୋଇଥିବା ବେଳେ ଭଣଜା ସୁଗ୍ରୀବ ଓ ଭିଣୋଇ ନିଲୁ ଆହତ ହୋଇଛନ୍ତି ।

Related Posts

About The Author

Add Comment