ଅନୁଗୁଳ, ୦୮/୧୩ (ସନ୍ଧାନ ନିୟୁଜ୍) ତାଳଚେର ବିଧାୟକଙ୍କୁ ଘର ଭିତରେ ତାଲା ପକାଇ ଗାଡି ଜାଳିଦେଲେ ଦୁର୍ବୃତ୍ତ । ଅନୁଗୋଳ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ପୁଣି ଏକ ଗାଡି କେହି ପୋଡି ଦେଇଥିବା ଅଭିଯୋଗ ହୋଇଛି । ବ୍ରଜକିଶୋରଙ୍କ ଫରଚୂନର ଗାଡିଟି ରାତିରେ ଭରତପୁର-ନନ୍ଦିରାସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ରଖା ଯାଇଥିଲା । ବିଳମ୍ବିତ ରାତିରେ ଗାଡିରେ ନିଆଁ ଲାଗୁଥିବା ଦେଖି ସେଠାରେ ଥିବା କର୍ମଚାରୀ ନିଆଁ ଲିଭାଇଥିଲେ । ବିଧାୟକ ରାତିରେ ସେହି କାର୍ଯ୍ୟାଳୟରେ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ଘର ଭିତରେ ତାଲା ପକାଇ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ଭୁବନେଶ୍ୱର ବିଧାୟକଙ୍କ ବାସ ଭଵନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିବା ଯୋଗୁଁ ୨ ଟି କାର , ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡି ଯାଇଥିଲା । ଏହା ପରେ ନଭେମ୍ବର ୧ ତାରିଖରେ ହାଣ୍ଡିଧୂଆଁସ୍ଥିତ ବିଧାୟକଙ୍କ ପୈତୃକ ବାସ ଭବନରେ ମଧ୍ୟ କେହି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା । ବିଧାୟକଙ୍କ ସହ ବ୍ୟବସାୟୀକ ଶତୃତା କିମ୍ବା ରାଜନୈତିକ ଶତୃତା ନେଇ କେହି ଏଭଳି କରୁଥାଇ ପାରେ ବୋଲି ଅଭିଯୋଗ ହୋଇଛି । ବିକ୍ରମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।##REPORT- PRASANTA SAMAL



