ତିହିଡ, ୨୮/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ବାହାବଳପୁର ପଞ୍ଚାୟତ ନନ୍ଦକନ୍ଦର୍ପ ମୌଜାର ନବକିଶୋର ଧଳଙ୍କର ସ୍ଥିତିବାନ୍ ସମ୍ପତ୍ତିକୁ କେତେକ ମୁଷ୍ଟିମେୟ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ମୁତାବକ ମାନ୍ୟବର ଏସଡିଜେଏମ କୋର୍ଟ ପକ୍ଷରୁ ମିସ୍ କେସ ନ. ୧୬/୨୦୧୯ର ଶୁଣାଣୀ ଅନୁଯାଇ ୧୪୪ ଧାରା ଜାରି କରାଯାଇଛି । ଏହାକୁ ପାଳନ କରିବା ଲାଗି ତିହିଡି ଥାନାଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ପ୍ରକାଶ ଥାଉକି, ଏହି ମୌଜାର ଖାତା ନମ୍ବର ୨୧୭/୫୬, ପ୍ଲଟ ନମ୍ବର ୩୩୯ରେ ୨୪ ଡିସିମିଲ୍ ଓ ପ୍ଲଟ ନମ୍ବର ୩୮୯ରେ ୬ ଡିସିମିଲ୍ ସ୍ଥିତିବାନ ·ଷ ଜମି ରହିଛି । ଜମିଦାରୀ ଉଚ୍ଛେଦ ପରେ ଏହି ଜମି ପ୍ରଦାନ କରାଯାଇଥିବା ଏବଂ ପରବର୍ତ୍ତୀ ସମୟରେ ଏହି ପଟ୍ଟାଧାରୀ ଜମିର ନାମଜାରୀ କରିବା ସହିତ ନିୟମିତ ଖଜଣା ଦେଉଛନ୍ତି । ମାତ୍ର ଅପରପକ୍ଷ ବୃନ୍ଦାବନ ଧଳ, ଲକ୍ଷ୍ମୀକାନ୍ତ ଧଳ, ଅରୁଣ ଧଳ, ଶ୍ରୀକାନ୍ତ ଧଳ, ମୁକ୍ତିକାନ୍ତ ଧଳ ଓ ସୁଦର୍ଶନ ଧଳ ପ୍ରମୁଖ ଉକ୍ତ ଜମିରେ ସର୍ବଦା ଗଣ୍ଡଗୋଳ ସୃଷ୍ଟି କରିବା ସହିତ ନାନାଦି ଧମକ ଚମକ ଦେଇ ପଟ୍ଟାଧାରୀ ବୃନ୍ଦାବନ ଧଳଙ୍କୁ ଜମିରୁ ବେଦଖଲ କରିବା ଲାଗି ଉଦ୍ୟମ କରୁଛନ୍ତି । ଏନେଇ ଶ୍ରୀ ଧଳ ତିହିଡି ଥାନାରେଏତଲା ଦେବା ସହିତ ସଂପୃକ୍ତ ଜମିରେ ୧୪୪ ଧାରା ଲାଗୁ କରିବା ଲାଗି ଆବେଦନ କରିଥିଲେ । ଅନ୍ୟପଟେ ଗତ ତା ୦୫.୦୯.୧୯ରିଖ ସଂପୃକ୍ତ ଜମିରେ ଅପରପକ୍ଷ ବାହାର ଲୋକଙ୍କୁ ପୁରାଇ ଧାନ ରୁଆ କାର୍ଯ୍ୟ କରୁଥିବା ବେଳେ ନବକିଶୋର ଏହାର ପ୍ରତିବାଦ କରିଥିଲେ । ଅପରପକ୍ଷ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ନବକିଶୋର ଧଳଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି ।
ଜବର ଦଖଲ ହୋଇଥିବା ଜମିରେ ୧୧୪ ଧାରା ଜାରି
|
November 28, 2019 |
