ବଡ଼ଚଣା ବ୍ଲକରେ ସରକାରୀ କର୍ମଚାରୀ ସରକାର: ମୋ ଗୁହାଳ ଯୋଜନାକୁ ହାତେଇନେଲେ ସରକାରୀରୁ ଅବସର ନେଇଥିବା ବାବୁ

Spread the love

ବଡ଼ଚଣା, ୨୭/୧୧ (ସନ୍ଧାନ ନିୟୁଜ/ଅନିତା ବେହେରା)-ଯାଜପୁର ଜିଲା ବଡ଼ଚଣା ବ୍ଲକରେ ପୁର୍ବରୁ ଆବାସ ଘୋଟାଲା ଠୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଯୋଜନାର ଘୋଟଲା ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିଲା । ଏହି ଯୋଜନାକୁ ଅନିୟମିତତା କରିଥିବା ବିଭାଗୀୟ କେତେକ ତଳିଆ କର୍ମଚାରୀ ଚାକିରୀରୁ ନିଲମ୍ବିତ ହୋଇଥିବା ଖବର ସର୍ବସାଧାରଣରେ ପ୍ରଚାର ପ୍ରସାର ହୋଇଥିଲା । ପୁଣି ସେହି ଭଳି ମୋ ଗୁହାଳ ଯୋଜନା ଯାହାକି ଜଣେ ଜବ କାର୍ଡ ହିତାଧିକାରୀ ଏହାର ସୁଫଳ ପାଇବା ପାଇଁ ସରକାରୀ ବିଧି ବ୍ୟବସ୍ଥା ଥିବା ବେଳେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏହି ଯୋଜନା ହାତେଇବା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏହି ବ୍ଲକ ଅନ୍ତର୍ଗତ ଚଣ୍ଡିତଳ ପଞ୍ଚାୟତର ବାଉସ ଗାଡ଼ଇଆ ଗ୍ରାମର ଧିରେନ୍ଦ୍ର ରାଉତ ଯିଏକି କେନ୍ଦ୍ର ସରକାରଙ୍କ ରେଳ ବିଭାଗର ଅବସର ପ୍ରପ୍ତ ସରକାରୀ କର୍ମଚାରୀ । ମାସିକ ୧୫ ହଜାର ଟଙ୍କା ପେନସନ ପାଉଥିବା ବେଳେ ତାଙ୍କ ନାମରେ ଜବ କାର୍ଡ ନଥାଇ ସରକାରଙ୍କ ମୋ ଗୁହାଳ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରାଇ ୧ଲକ୍ଷ ୩୦ ହଜାର ଟଙ୍କା ହାତେଇବାରେ ସକ୍ଷମ ହୋଇଛନ୍ତି । ଏହି ଯୋଜନା କରାଇଦେବା ପାଇଁ ପଞ୍ଚାୟତର ସରପଞ୍ଚ ସେକ ମମିନ ଓ ବ୍ଲକରେ କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଧିରେନ୍ଦ୍ରଙ୍କ ପୁଅ ଅରବିନ୍ଦ ରାଉତ ଚଞ୍ଚକତା କରି ଯୋଜନା କୁ ବାଟମାରଣା କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । କାର୍ଡ ନଂ-୨୪୨୦୦୦୧୦୧୨/ଆଇଏଫ/୧୦୪୦୬୯୨୪ ଜରିଆରେ ୨୦୧୮-୧୯ ଆର୍ଥିକ ବର୍ଷରେ କାର୍ଯ୍ୟାଦେଶ ନେବା ସହ ଘର ସଂପୂର୍ଣ୍ଣ କରି ଏହା ବାବଦକୁ ମୋଟ ୧ଲକ୍ଷ ୩୦ ହଜାର ଟଙ୍କା ଉଠାଇ ନେଇଛନ୍ତି । ଚଣ୍ଡିତଳ ପଞ୍ଚାୟତର ଶତାଧିକ ଲୋକ ୫-ଟି ର ସଚିବ, ଯାଜପୁର ଜିଲାପାଳ, ବଡ଼ଚଣା ବିଡିଓ ପ୍ରମୂଖଙ୍କୁ ଲିଖିତ ଅଭିଯୋଗ କରି ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ।

Related Posts

About The Author

Add Comment