ଲତା ମଙ୍ଗେସକର ଅସୁସ୍ଥ

Spread the love

ମୁମ୍ବାଇ, ୧୧/୧୧ (ସନ୍ଧାନ ନିଉଜ) : ସୁର ସାମ୍ରାଜ୍ଞୀ ତଥା ଭାରତରତ୍ନ ଲତା ମଙ୍ଗେସକର ଅସୁସ୍ଥ ହୋଇପଡିଥିବା ଖବର ମିଳିଛି। ଛାତିରେ ସଂକ୍ରମଣ ଯୋଗୁ ତାଙ୍କୁ ରବିବାର ରାତି ପ୍ରାୟ ୨ଟାରେ ମୁମ୍ବାଇର ବିଚ୍‌ କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଓ ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି। ୯୦ ବର୍ଷୀୟା ଲତା କିଛିଦିନ ହେବ ଅସୁସ୍ଥତା ଅନୁଭବ କରୁଥିବା ଖବର ମିଳିଛି। ସେପ୍ଟେମ୍ବର ୨୮, ୧୯୨୯ରେ ଜନ୍ମ ନେଇଥିବା ଲତା ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କେବଳ ବଲିଉଡ୍‌ ନୁହେଁ ପାଖାପାଖି ୩୬ଟି ଭାଷାରେ ସେ ତାଙ୍କର ସୁମଧୁର କଣ୍ଠର ଯାଦୁରେ ଶ୍ରୋତା ତଥା ଦର୍ଶକଙ୍କୁ ମତୁଆଲା କରିଛନ୍ତି। ଏହି କୋକିଳ କଣ୍ଠି ଗାୟିକା ନାଇଟ୍‌ ଆଙ୍ଗଲ୍‌ ଭାବେ ବେଶ୍‌ ପରିଚିତ।

Related Posts

About The Author

Add Comment