ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବି, ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର
ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବି, ଡିଜିଙ୍କ ଉଦେଶ୍ୟରେ ଦାବିପତ୍ର
Manas Kumar Rout |
November 8, 2019 |
ଯାଜପୁର, ୮/୧୧ (ସନ୍ଧାନ ନିୟୁଜ/ଅନିତା ବେହେରା) କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ସେଠାରେ କାର୍ଯ୍ୟରତ ଓଟିଭିର ସାମ୍ବାଦିକ ମୋନଜ ସ୍ୱାଇଁଙ୍କୁ ତାସôଲ ଏବଂ ଦୃବ୍ୟବହାର କରିବା ଘଟଣାରେ ଆଜି ଯାଜପୁର ୱେବ୍ ମିଡିଆ ସଂଘ ପକ୍ଷରୁ ଅନୁଭବଙ୍କ ଗିରଫ ଦାବି କରିବା ସହିତ ସାମ୍ବାଦିକ ମାନଙ୍କ ସୁରକ୍ଷା ଦାବି କରିଛନ୍ତି । ଏଥିନେଇ ଆଜି ପୋଲିସ ମହାନିଦେ୍ର୍ଧଶକଙ୍କ ଉଦେ୍ଧଶ୍ୱରେ ଏକ ଦାବିପତ୍ର ଧର୍ମଶାଳା ଥାନା ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଆଜି ୱେବ୍ ମିଡିଆ ସଂଘର ସଭାପତି ପ୍ରଦୀପ ମହାରଣା ନେତୃତ୍ୱରେ ସୁରେନ୍ଦ୍ର ସାମଲ, ସେକ ଦିଲଦାର ଚାନ୍ଦ, ସୌମ ରଂଜନ ପଣ୍ଡା, ଦିପକ ଗୋଚ୍ଛାୟତ, ସେକ୍ ଆଲାଉଦ୍ଧିନ, ଦିପକ ମଲିକ, ଗୟାଧର ନାୟକ, ସୁବାଶ ରାଉତ, ତ୍ରିଲୋଚନ ପାଣି, ଅୟସକାନ୍ତ ରାଉତ, ଚିନ୍ମୟ ପୃଷ୍ଟି, ପ୍ରଦୀପ ପରିଡା, ନାରାୟଣ ରଥ ସମେତ ସମସ୍ତ ସଭ୍ୟ ମାନେ ଅନୁଭବଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନା ଦେବା ସହ ତୁରନ୍ତ ଅନୁଭବ ମହାନ୍ତିଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ପରେ ପୋଲିସ ଡିଜିଙ୍କ ଉଦେ୍ଧଶ୍ୱରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Related Posts
About The Author