ଅନୁଗୁଳ (ସନ୍ଧାନ ନିୟୁଜ) : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅର୍ନ୍ତଗତ କୋରାଗାଡିଆ ନିକଟରେ ୫ଲକ୍ଷ ୪୭ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଆଇ ଟି ସି କମ୍ପାନୀର ଦୁଇଜଣ କର୍ମଚାରୀ, ସେଲସମ୍ୟାନ ଓ ଡ୍ରାଇଭରଙ୍କ ଠାରୁ ଏହି ଲୁଟ୍ ହୋଇଛି। ଏକ ଅଟୋରେ ଏମାନେ ଯାଉଥିବା ସମୟରେ ଲୁଟ୍ର ଶିକାର ହୋଇଥିଲେ। ୨ଟି ମଟରସାଇକଲରେ ୫ଜଣ ଦୁର୍ବୃତ୍ତ ଆସିି ଏମାନଙ୍କଠାରୁ ୫ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।
ଅନୁଗୁଳରେ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ୪୭ହଜାର ଲୁଟ୍
|
June 19, 2018 |