ଆବାସ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ବିଜେପିର ଗଣଧାରଣା ଓ ପ୍ରତିବାଦ ସଭା

Spread the love

ଭଣ୍ଡାରିପୋଖରୀ,୨୨/୧୦ (ସନ୍ଧାନ ନିୟୁଜ) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭଣ୍ଡାରିପୋଖରୀ ଭାଜପା ଶାଖା ପକ୍ଷରୁ ଜିଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସୋମବାର ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଛି। ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ଅନୈତିକ ଭାବେ ଜିଓ ଟ୍ୟାଗ୍‌ ପ୍ରକ୍ରିୟାକୁ ବାତିଲ ସହ ନ୍ୟାୟିକ ତଦନ୍ତ ଦାବିରେ ଏହି ଧାରଣା ଦିଆଯାଇଛି। ଏଥିରେ ଭାଜପା ଜିଲା ସଭାପତି ବଦ୍ରିନାରାୟଣ ଧଳ, ଅଭିମନ୍ୟୁ ସେଠୀ, ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ନିର୍ମଳ କର, ମହିଳା ନେତ୍ରୀ ତପସ୍ବିନୀ ମହାପାତ୍ର ପ୍ରମୁଖ ସାମିଲ ହୋଇଛନ୍ତି।

Related Posts

About The Author

Add Comment