ଧର୍ମଶାଳା, ୨୧/୧୦ (ସନ୍ଧାନ ନିଉଜ) : ଧର୍ମଶାଳା ପଂଚାୟତ କାର୍ଯ୍ୟକାରି ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନେ୍ଦହ ଜନକ ମୃତ୍ୟୁ ଘଟଣାରେ ହରିଦାସପୁର ସରପଂଚ ନେତ୍ରୀଙ୍କ ସ୍ୱାମୀ ରୂପେଶ ଭଦ୍ରକୁ ଗିରଫ କରି ଜେଲ ଯିବା ପରେ ପତ୍ନୀ ମୁହଁ ଖୋଲିଛନ୍ତି । ମୋ ସ୍ୱାମୀଙ୍କୁ ଫସେଇ ଦିଆଯାଇଛି । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ଏମିତି ଢ଼ଙ୍ଗରେ ଗଣମାଧ୍ୟମରେ ବୟାନ୍ ରଖିଛନ୍ତି ହରିଦାସପୁର ସରପଂଚ ମଧୁସ୍ମିତା ଭଦ୍ର । ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ସରପଂଚ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସ୍ମିତାରାଣୀଙ୍କ ମୃତ୍ୟୁରେ ତାଙ୍କ ସ୍ୱାମୀ ରୂପେଶଭଦ୍ରଙ୍କ ସଂପତି ଓ ମୋ ସିନ୍ଦୂର ଉପରେ ସ୍ମିତାରାଣୀଙ୍କ ନଜର ରହିଥିଲା । ଉଭୟ ପରିବାର ମଧ୍ୟରେ ୩ ବର୍ଷ ହେଲା ମଧୁର ସଂପର୍କ ଆସିଥିବା ବେଳେ ବିଭିନ୍ନ ସମୟରେ ପୁରୀ, ଶିରିଡି, ନାସିକ, ଆଦି ସ୍ଥାନକୁ ପରିବାର ସହିତ ବୁଲିବାକୁ ଯାଇଥିଲେ । ଆମ ସାଂସାରିକ ଜୀବନ ବହୁତ ଭଲ ଥିଲା ବୋଲି ସରପଂଚ ସୂଚନା ଦେଇଛନ୍ତି । ତେବେ ସରପଂଚଙ୍କ ଅଭିଯୋଗ ମନଗଢ଼ା ମିଥ୍ୟା ବୋଲି ସ୍ମିତାରାଣୀଙ୍କ ସ୍ୱାମୀ ସୁଶିଲ କୁମାର ବିଶ୍ୱାଳ କହିଛନ୍ତି । ଯଦି ଏଭଳି କିଛି ଜାଣିଥିଲେ ତାହେଲେ ପୂର୍ବରୁ କାହିଁକି ମୁହଁ ଖୋଲିନଥିଲେ ବୋଲି ସୁଶିଲ ପାଲଟା ପ୍ରଶ୍ନ କରିଛନ୍ତି । ପୁଲିସର ତଦନ୍ତ ଓ ଅଭିଯୁକ୍ତ ବିରୋଧରେ କୋହଳ କାର୍ଯ୍ୟାନୁଷ୍ଠାନକୁ ମୃତ ସ୍ମିତାରାଣୀଙ୍କ ବାପା ସତ୍ୟାନନ୍ଦ ବିଶ୍ୱାଳ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ପିଇଓ ସ୍ମିତାରାଣୀଙ୍କ ସନେ୍ଦହ ଜନକ ମୃତ୍ୟୁଘଟଣା ଆତ୍ମହତ୍ୟା ଧମକ ଦେଲେ ସରପଂଚ ନେତ୍ରୀ
|
October 21, 2019 |
