ଆସୁଛନ୍ତି ମା’କାଳୀ: ଷ୍ଟିଲି ସିଟିରେ ମେଲାଣି ନେଲେ ମା ଲକ୍ଷ୍ମୀ

Spread the love

ରାଉରକେଲା, ୨୧/୧୦ (ସନ୍ଧାନ ନିଉଜ) : ରାଉରକେଲା ଫର୍ଟିଲାଇଜର ସ୍ଥିତ ବୋଇତ ବନ୍ଦାଣ ପଡ଼ିଆରେ କେନ୍ଦ୍ରିୟ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ମେଲଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉଦ୍ଘାଟକ ଭାବେ ଆସିଷ୍ଟାଂଟ କଲେକ୍ଟର ନିଭ୍ରାଣି ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଲକ୍ଷ୍ମୀ ପୂଜା ମେଲଣ ଶାନ୍ତିଶୃଖଂଳାରେ ଆୟୋଜିତ କରା ଯାଉଥିବାରୁ ସେ ସିପିସି କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ମୁଖ୍ୟ ଅତିଥି ଭାବେ ରାଉରକେଲା ଏ.ସି.ଏଫ୍ ଶୁଭଦର୍ଶନୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ଆରଏସ୍ପି ମ୍ୟାଟେରିୟାଲ ମ୍ୟାନେଜମେଂଟ ବିଭାଗର ଏଜିଏମ୍ ଅନ୍ନିଦିତା ମହାପାତ୍ର ଓ ମୁଖ୍ୟବକ୍ତା ଭାବେ ମ୍ୟୁନିସପାଲ କଲେଜର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପିକା ଡ. ରୁକ୍ମଣୀ ସାହୁ ଲକ୍ଷ୍ମୀମେଲଣ ଉତ୍ସବରେ ଯୋଗ ଦେଇଥିଲେ । ଅନୀଲ ମଲ୍ଲିକ ମଂଚ ସଂଯୋଜନା କରିଥିଲେ । ସମସ୍ତ ଅତିଥି ପଡ଼ିଆ ମଧ୍ୟକୁ ପ୍ରବେଶ କରି ମେଢ ଗୁଡିକୁ ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସିପିସି ରାଉରକେଲା ଜୋନର ସାଧାରଣ ସମ୍ପାଦକ ରାଜୀବ ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ମେଲଣ ପଡ଼ିଆରେ ୨ ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଉପସ୍ଥିତ ରହି ମେଲଣର ମଜା ଉଠାଇଥିଲେ ।
ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

Related Posts

About The Author

Add Comment