ହରିଦାସପୁର ପଂଚାୟତର ଗ୍ରାମ ସେବିକା ମୃତ୍ୟୁ ଘଟଣା: ରାଜ୍ୟ ବିଜେପି ପାକ୍ଟ ପାଇଣ୍ଡିଙ୍ଗ ଟିମ୍ ଧର୍ମଶାଳା ପରିଦର୍ଶନ, ବିଜେଡି ସରକାରଙ୍କୁ କଢା ସମାଲୋଚନା

Spread the love

ଯାଜପୁର/ଧର୍ମଶାଳା ୧୭/୧୦ (ସନ୍ଧାନ ନିୟୁଜ/ ନାରାୟଣ ରଥ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଗ୍ରାମ ପଂଚାୟତର ସରପଂଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୁପେଶ ଭଦ୍ରଙ୍କ ବ୍ୟକ୍ତିଗତ କାର୍ଯ୍ୟଳୟ ପରିସରରେ ପଂଚାୟତର ଗ୍ରାମ ସେବିକା (ଭିଏଲଡବ୍ଲୁ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ହେବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ ଆଜି ଏହି ଘଟଣା ବିନ୍ନ ମୋଡ ନେବା ସହିତ ବିଜେପି ଏବଂ କଂଗ୍ରେସ ରାସ୍ତାକୁ ଓଲ୍ଲାଇଛି । ବିଜେପିର ରାଜ୍ୟ ପ୍ୟାକ୍ଟ ପାଇଣ୍ଡିଙ୍ଗ ଟିମ ଆଜି ଘଟଣାସ୍ଥଳ ଏବଂ ସ୍ମିତାଙ୍କ ଘରକୁ ଆସି ବୁଝିବା ସହିତ ନବୀନ ସରକାରଙ୍କ ଉପରେ ବେଶ ବର୍ଷିଛନ୍ତି । ବିଜେପି ମୁଖପତ୍ର ଲେଖାଶ୍ରୀ ସାମନ୍ତସିହାଂର ଆଜି ଘଟଣାସ୍ଥଳ ପରିଦର୍ଶନ ସମୟରେ ନବୀନ ସରକାରଙ୍କ ଜନ୍ମଦିବସ ପାର୍ଟି ପାଳନ କରିବା ସହିତ ଏହାକୁ ବଳକôାର ପାର୍ଟିରେ ପରିଣତ କରି ପ୍ରତିଦିନ ନାରୀ ଏବଂ ମହିଳାଙ୍କୁ ଧର୍ଷଣ କରିବାରେ ନିଜର କର୍ମୀଙ୍କ ଲଗାଇଛନ୍ତି । ଫଳରେ ଯେଉଁ ବିଜେଡି ସରକାର ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ବେଳେ ତାଙ୍କର ରାଜ୍ୟରେ ନାରୀ ଆଉ ସୁରକ୍ଷିତ ନାହାନ୍ତି । ପ୍ରତିଦିନ ନାବାଳିକା ଠାରୁ ମହିଳା ଏବଂ ଯୁବତୀ ମାନେ ଦୃଷ୍କର୍ମର ଶିକାର ହେଉଛନ୍ତି । ଏପରକି ଏହି କାମରେ ବିଜେଡିର ବହୁ ବରିଷ୍ଠ ନେତା ମନ୍ତ୍ରୀ ଏବଂ ବଡବଡ ଠିକାଦାରଙ୍କ ପ୍ରଚ୍ଛଦ ହାତ ରହିଛି । ଏହି ଯେଉଁ ହତ୍ୟା କାଣ୍ଡ ଘଟିଛି ଏଥିରେ ରାମକୋ ସିମେଂଟ କାରାଖାନାର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ଦୁଇଜଣ ସମିତିସଭ୍ୟଙ୍କ ହାତ ରହିଥିବା ନେଇ ଏହି ଅଂଚଳରେ ଚର୍ଚ୍ଚା ହେବାରେ ଲାଗିଛି । ପୋଲିସ ଏପ୍ରର୍ଯ୍ୟନ୍ତ କଣ ପାଇଁ ମଦ୍ୟପ ଆସାମୀ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇନଥିବା କଥା ପ୍ରକାଶ କରିଛନ୍ତି । ଅନ୍ୟପଟରେ ପୋଲିସର ପୂର୍ବତନ ଡିଜି ମଧ୍ୟ ପ୍ରକାଶ ମିଶ୍ର ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇ ପୋଲିସକୁ ଭୀରୁ କାପୁରୁଷ ଏବଂ କାର୍ଯ୍ୟକରିପାରୁନଥିବା କହିଛନ୍ତି । ସେହିପରି ରାଜ୍ୟ ମହିଳା ସଭାପତି ପ୍ରଭାତି ପରିଡା, ବିରୋଧୀ ଦଳ ବିଧାୟକ ନେତା ବିଷ୍ଣୁ ସେଠୀ, ଯାଜପୁର ବିଜେପି ନେତା ଗୌତମ ରାୟ,ବଡଚଣା ବିଜେପି ନେତା ଅମର ନାୟକ, ବିଞ୍ଜାରପୁରର ବିଜେପି ନେତ୍ରୀ ବବିତା ମଲିକ ପ୍ରମୁଖ ରାଜ୍ୟ ସରକାରଙ୍କୁ କଢ଼ା ସମାଲୋଚନା କରିବା ସହିତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କହିଛନ୍ତି । ନଚେତ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି ।

https://www.youtube.com/watch?v=S_fut9O0o_4

Related Posts

About The Author

Add Comment