ଚେନ୍ନାଇ, ୧୧/୧୦ (ସନ୍ଧାନ ନିଉଜ) : ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ୨ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଚେନ୍ନାଇରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୧ଟା ୪୦ରେ ସେ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିପାଇଁ ବିଶେଷ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ବାଗତ ପରେ ଜିନପିଙ୍ଗ ମାମଲାପୁରମ ଅଭିମୁଖେ ବାହାରିବେ।
ଜିନପିଙ୍ଗ ଶନିବାର ଅପରାହ୍ନ ପର୍ଯ୍ୟନ୍ତ ଚେନ୍ନାଇରେ ରହିବେ। ଏହି ସମୟରେ ସେ ମହବଲୀପୁରମ, ମାମଲାପୁରମ ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ୨ଟି ଅନୌପଚାରିକ ବୈଠକରେ ସାମିଲ ହେବେ। ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିବା ପୂର୍ବରୁ ଶୁକ୍ରବାର ପୂର୍ବାହ୍ନରେ ମୋଦୀ ଚେନ୍ନାଇରେ ପହଞ୍ଚିଥିଲେ।



