ବିଦୁତ୍ ସଂଯୋଗରେ ଆସି ଏକ ଗାଈର ମୃତ୍ୟୁ

Spread the love
କବାଟବନ୍ଧ, ୮/୧୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନ ପାଟପୁର ଗ୍ରାମରେ ଆଜି ସକାଳୁ ବିଦୁତ୍ ସଂଯୋଗରେ ଆସି ଏକ ଗାଈର ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ଯେ ପାଟପୁର ଶିବ ମନ୍ଦିର ନିକଟରେ ଥିବା  ବି ପି ଏଲ ଟ୍ରାନ୍ସଫର୍ମଟି ମୁକୁଳା ଅବସ୍ଥାରେ ରହିଅଛି , ତାର ସବୁ ତଳକୁ ଖସି ଓହଳିପଡ଼ିଛି । ସବୁଠୁ ବଡ଼କଥା ହେଲା ଯେଉଁ ଜାଗାରେ ବିଦୁତ୍ ଟ୍ରାନ୍ସଫର୍ମରଟି ବସିଛି ସେହି ଜାଗାରେ ଏକ ଶିବ ମନ୍ଦିର ଓ ଶନି ମନ୍ଦିର ରହିଛି  । ସେଇ ରାସ୍ତା ଦେଇ ବହୁ ଲୋକ ମାନେ ମନ୍ଦିରକୁ  ଯିବା ଆସିବା କରିଥାନ୍ତି  ।ପାଖରେ ମଧ୍ୟ ବିଦ୍ୟାଳୟଟିଏ ଅଛି ପିଲା ମାନେ ସେହି ରାସ୍ତା ଦେଉ ପାଠ ପଢିବା ପାଇଁ ଯାଇଥାନ୍ତି  ।ଗ୍ରାମବାସୀ ମାନେ ବାରମ୍ବାର କବାଟବନ୍ଧ ସେକ୍ସନରେ ଥିବା ବିଦୁତ୍ ଅଫିସରେ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଯାହା ଫଳରେ କି ଆଜି ଏକ ଗାଈର ଜୀବନ ଗଲା  ।କିଏ କହି ପାରିବ କାଲି ଯେଉଁ ପିଲା ମାନେ ସେଇ ରାସ୍ତା ଦେଇ ସ୍କୁଲକୁ ଯିବା ଆସିବା କରୁଛନ୍ତି ସେମାନଙ୍କ ମଧ୍ୟରୁ ସେଇ ବିଦୁତ୍ ତାରରେ ନଲାଗିବେ ବୋଲି । ଏଣୁ ବିଦୁତ୍ ଟ୍ରାନ୍ସଫର୍ମର ଚାରି ପାଖରେ ପାଚେରୀ କିମ୍ବା ତାର ଘେରାଉ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment