୩୦ ସେକେଣ୍ଡରେ ଏସଏଚ୍‌ଜି ଗ୍ରୁପକୁ ମିଳିବ ୫୦ ହଜାର ଟଙ୍କାର ଋଣ: ଧର୍ମେନ୍ଦ୍ର ପ୍ରଧାନ

Spread the love

ଭୁବନେଶ୍ବର, ୪/୧୦ (ସନ୍ଧାନ ନିଉଜ) : ୩୦ ସେକେଣ୍ଡରେ ଏସଏଚ୍‌ଜି ଗ୍ରୁପକୁ ୫୦ ହଜାର ଟଙ୍କାର ଋଣ ମିଳିବ। ମାତ୍ର ୫୯ ମିନିଟରେ ଏକ କୋଟି ଟଙ୍କା ପର୍ୟ୍ୟନ୍ତ ଋଣ ମିଳିପାରିବ। ରାଷ୍ଟ୍ରୟତ୍ତ ବ୍ୟାଙ୍କର ଗ୍ରାହକ ସମ୍ପର୍କ କାର୍ୟ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି।

ଶୁକ୍ରବାର ଭୁବନେଶ୍ୱରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଗ୍ରାହକ ସମ୍ପର୍କ ଓ ପ୍ରଚାର କାର୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡିଶାରେ ୨ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ଦିଆଯାଇଛି। ରାଜ୍ୟରେ ୩ କୋଟିରୁ ଉର୍ଦ୍ଧ୍ବ ଲୋକ ବ୍ୟାଙ୍କ୍ ଆକାଉଣ୍ଟ ଖୋଲିଛନ୍ତି। ଓଡିଶାରେ ଅଧିକ ବ୍ୟାଙ୍କ ଖୋଲିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ମୁଁ ଚିଠି ଲେଖିଛି। ଅଧିକରୁ ଅଧିକ ଗୃହ ଋଣ ଦେବାକୁ ବ୍ୟାଙ୍କଗୁଡିକୁ କହିଛି।

Related Posts

About The Author

Add Comment