ନିବେଶକଙ୍କୁ ୭ ଲକ୍ଷ କୋଟି ଲାଭ, ସେ‌ନସେକ୍ସ ୧୯୨୧ ପଏଣ୍ଟ ବଢ଼ିଲା

Spread the love

ନୂଆଦିଲ୍ଲୀ, ୨୧/୦୯ (ସଂଧାନ ନିଉଜ) : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କର୍ପୋରେଟ୍ ଟିକସ ହ୍ରାସ ଆଜି ନିବେଶକମାନଙ୍କୁ ପ୍ରବଳ ମାତ୍ରାରେ ଉତ୍ସାହିତ କରିଛି। ଅର୍ଥମନ୍ତ୍ରୀ ପ୍ରାୟ ୧୦ ପ୍ରତିଶତ ହ୍ରାସ ଘୋଷଣା କରିବା ଖବର ପ୍ରଚାର ହେବାମାତ୍ରେ ଷ୍ଟକ ବଜାର ନିବେଶକମାନେ ଆଗୁଆ ଦୀପାବଳି ପାଳନ ଆରମ୍ଭ କରି ଦେଇଥିଲେ। ବିପୁଳ ସଂଖ୍ୟାରେ ‌ସେୟାର କ୍ରୟ କରିବା ଫଳରେ ଦିନର କାରବାର ମଝିରେ ସେନସେକ୍ସ ୨୨୮୪ ପଏଣ୍ଟ ଉପରକୁ ଉଠି ୩୮,୩୭୮ ପଏଣ୍ଟ ଛୁଇଁଥିଲା। ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ସେନସେକ୍ସରେ ଏହି ବୃଦ୍ଧି ସର୍ବାଧିକ ରହିଥିଲା। ତେବେ କାରବାର ଶେଷବେଳକୁ ‌ସେନସେକ୍ସ ୩୮,୦୧୪ ପଏଣ୍ଟରେ ବନ୍ଦ ହୋଇଛି। ଫଳରେ ପୂର୍ବଦିନ ତୁଳନାରେ ସେନସେକ୍ସ ୧୯୨୧.୧୫ ପଏଣ୍ଟ ବା ୫.୩୨ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ନିଫ୍‌ଟିରେ ମଧ୍ୟ ସମାନ ୫.୩୨ ପ୍ରତିଶତ ବା ୫୯୬.୪୦ ପଏଣ୍ଟ ବୃଦ୍ଧି ଘଟି ଏହା ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି। ୨୦୦୯ ମେ ୧୮ ତାରିଖଠାରୁ ଆଜି ମଧ୍ୟରେ ସେନସେକ୍ସ ଏବଂ ନିଫ୍‌ଟିରେ ଆଜିର ବୃଦ୍ଧି ପ୍ରତିଶତ ହିସାବରେ ସର୍ବାଧିକ ରହିଛି।

ସେ‌ନସେକ୍ସରେ ଏହି ବୃଦ୍ଧି ଯୋଗୁଁ ଷ୍ଟକ୍ ମାର୍କେଟ୍‌ର ବଜାର ପୁଞ୍ଜି ବା ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ସେୟାର ମୂଲ୍ୟ ୬ ଲକ୍ଷ ୮୨ ହଜାର ୯୩୮ କୋଟି ଟଙ୍କା ବୃଦ୍ଧି ଘଟି ୧୪୫ ଲକ୍ଷ ୩୭ ହଜାର ୩୭୮ କୋଟି ଟଙ୍କାରେ ରହିଛି। ଅର୍ଥମନ୍ତ୍ରୀଙ୍କ ଆଜିର ‌ଘୋଷଣା ଷ୍ଟକ ବଜାର ନିବେଶକଙ୍କ ‌ଉତ୍ସାହକୁ ବହୁମାତ୍ରାରେ ବଢ଼ାଇ ଦେଇଛି। ମନୋବଳକୁ ବଢ଼ାଇ ଦେଇଛି।

Related Posts

About The Author

Add Comment