ଜିଲ୍ଲା ପରିକ୍ରମାଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଉତ୍ସବ ମୁଖର ମାଲକାନଗିରି ଜିଲ୍ଲା

Spread the love

ମାଲକାନଗିରି, ୧୭/୯ (ସନ୍ଧାନ ନିଉଜ) : ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ପୂଜା ରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଉତ୍ସବ ମୁଖର ହୋଇପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ବିଶେଷ କରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ଥିବା ଜନସ୍ୱାସ୍ଥ୍ୟ ବିଭାଗ ଠାକୁର ମଣ୍ଡପରେ ପରବେଶ ସୁରକ୍ଷା, ଜଳସଂରକ୍ଷଣ ଉପରେ ଜନ ସଚେତନତାର ବାର୍ତ୍ତା ଥିବା ବେଳେ ସାଉଥ କୋ ବିଦ୍ୟୁତ ବିଭାଗର ପୂଜା ମଣ୍ଡପରେ ବିଦ୍ୟୁତ ରୋରୀ, ବିଦ୍ୟୁତ ଅପଚୟ ରୋକିବା, ହେଲମେଟ ବ୍ୟବହାର କରି ଦୁଇଚକିଆ ଯାନ ଚଳାଇବା ଆଦି ଜନ ସଚେତନତାର ବାର୍ତ୍ତା ଦେଖିବାକୁ ମିଳିଥିଲା ଏହା ବ୍ୟତୀତ ଜଳ ଓ ପରିମଳ ବିଭାଗ, ପୁଲିସ ହାଉସିଂ ବୋର୍ଡ, କୃଷି ବିଭାଗ, କୁଷି ଶିଳ୍ପ କେନ୍ଦ୍ର, ଗ୍ରାମ ସେଚ ଜଳ ଯୋଜନା ବିଭାଗ, ଆଟିଆଇ, ପଲି ଟେକନିକ, ବାଲି ମେଳା ପାୱାର ହାଉସ, ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା, ପୋଟେରୁ ଜଳସେଚନ ଯୋଜନା, ସତିଗୁଡା ଜଳସେଚନ ଯୋଜନା, କାଲିମେଳା, ଏମଭି୭୯, ପୋଟେରୁ, ପଡିଆ, ମାଥିଲି, କୋରକୁଣ୍ଡା, କୁଡୁମୁଲୁଗୁମ୍ମା, ଖଇରପୁଟ, ଗୋବିନ୍ଦପାଲି, ବିଭିନ୍ନ ସ୍ଥାନରେ ଥିବା କଳଖାରଖାନା ଓ ଯାନ୍ତ୍ରୀକ ଦୋକାନମାନଙ୍କରେ ବିଶ୍ୱକର୍ମା ପୂଜା ପାଳିତ ହୋଇ ଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକମାଳା ସାଜସଜା ଦର୍ଶକମାନଙ୍କ ମନ ମୋହିଥିଲା। ବିଭିନ୍ନ ପୂଜା ମଣ୍ଡପ ନିକଟରେ ପ୍ରସାଦ ସେବନ, ସନ୍ଧ୍ୟାରେ ଭଜନ ସମାରୋହ ଆୟୋଜନ କରାଯାଇଥିଲା। ପାଗ ଅନୁକୁଳ ଥିବାରୁ ଭକ୍ତ ଓ ଦର୍ଶକମାନଙ୍କର ପୂଜା ମଣ୍ଡପ ନିକଟରେ ଭିଡ ଲାଗିଥିଲା।

Related Posts

About The Author

Add Comment