ଭଦ୍ରକ ୭/୯ (ସନ୍ଧାନ ନିୟୁଜ/ରମେଶ ନାୟକ) ୧୬ ନଂ ଜାତୀୟ ରାଜପଥ ଭଦ୍ରକ ଠାରୁ ଚାନ୍ଦବାଲି ଆଡକୁ ୯ନଂ ରାଜ୍ୟ ରାଜପଥରେ ୧୩ କିଲୋମିଟର ରାସ୍ତା ପାରି ହେଲେ ଅଲିନଗର ଛକ ପଡିବ । ଏହି ଅଲିନଗର ଛକ ଠାରୁ ବାମ ଆଡକୁ ୨ କିଲୋମିଟର ରାସ୍ତା ଗଲେ ପାଳିଆ ଗ୍ରାମ ନିକଟରେ ପଡିବ ଓଡିଶାର ଦ୍ୱିତୀୟ କୋଣାର୍କ ମନ୍ଦିର ଭାବେ ଖ୍ୟାତ ବିରଞ୍ଚି ନାରାୟଣ ମନ୍ଦିର । କଥିତ ଅଛି ଏହିଠାରେ ସମୁଦ୍ର ଥିଲା ଓ ବିରଞ୍ଚି ନାରାୟଣଙ୍କ ସୂର୍ଯ୍ୟ ମନ୍ଦିର ସମୁଦ୍ର କୂଳରେ ସ୍ଥାପିତ ହୋଇଥିଲା । ଦ୍ୱାପର ଯୁଗର ଅବସାନ ବେଳେ ଶ୍ରୀକୃଷ୍ଣ ଙ୍କ ପୁତ୍ର ସାମ୍ବ ଏହିଠାରେ ସୂର୍ଯ୍ୟ ଙ୍କୁ ପୂଜା କରିବା ସହ ପ୍ରଭୂ ବିରଞ୍ଚି ନାରାୟଣଙ୍କୁ ସ୍ଥାପନ କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । କାଳକ୍ରମେ କଳାପାହାଡ ଙ୍କ ଆକ୍ରମଣରେ ଏହି ମନ୍ଦିର କ୍ଷତିଗ୍ରସ୍ତ ହୋଇଥିଲା । ଏହି ସୂର୍ଯ୍ୟମନ୍ଦିର ରେ ନାରାୟଣଙ୍କର ଚର୍ତୁମୂଖ ବିଗ୍ରହଟିଏ ସ୍ଥାପନ କରାଯାଇଛି । ବିରଞ୍ଚି ନରାୟାଣଙ୍କୁ ଦର୍ଶନ କରି ଫୁଲଛଉ ଓ ଚର୍ମରୋଗ ନିବାରଣ ପାଇଁ ଫୁଲଛତା ଓ ଫୁଲ ବିଞ୍ଚଣା ଠାକୁରଙ୍କୁ ଲାଗି କଲେ ରୋଗ ଉପସମ ହୁଏ । କୋଣାର୍କ ମନ୍ଦିର ଭଳି ଏହି ମନ୍ଦିର ରଥଚକ ଉପରେ ଦଣ୍ଡାୟମାନ । ଏହି କ୍ଷେତ୍ରରେ ମକର, ଗୁଣ୍ଡୁଣି, ଝୁଲଣ ଯାତ୍ରା, ଦୋଳପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା ଆଦି ମହାସମାରୋହରେ ପାଳିତ ହୁଏ ।
ଓଡିଶାର ଦ୍ୱିତୀୟ କୋଣାର୍କ ଭାବେ ଖ୍ୟାତ ବିରଞ୍ଚି ନାରାୟଣ କ୍ଷେତ୍ର
|
September 7, 2019 |