ଚଣ୍ଡିଖୋଲ, (ସନ୍ଧାନ ନିୟୁଜ)ନୂତନ କରି ପ୍ରଚଳନ କରାଯାଇଥିବା ଟ୍ରାଫିକ ନିୟମ ସଂପର୍କରେ ଜନସାଧାରଣଙ୍କୁ ସଚେତନତା କରାଇବା ଉଦେ୍ଦଶ୍ୱରେ ସୋମବାର ବଡଚଣା ଥାନା ଓ ଚଣ୍ଡିଖୋଲ ଫାଣ୍ଡି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ଟ୍ରାପିକ ନିୟମ ଉଲଘଂନ କଲେ ଯେଉଁ ଜୋରିମନା ଧାର୍ଯ୍ୟ କରାଯାଇଥିଲା ତାହା ସଂଶୋଧନ ହୋଇ ନିୟମ ଉଲଘଂନ କଲେ ଏହା ବହୁଗୁଣା ହୋଇଛି । ବିଶେଷ କରି ବିନା ହେଲମେଟରେ ଗାଡି ଚଲାଇବା, ଦୁଇ ଚକିଆ ଗାଡିରେ ୩ ଜଣ ବସିବା, ମଦପିଇ ଗାଡି ଚଳାଇବା, ୪ ଚକିଆ ଯାନରେ ସିଟ ବେଲ୍ଟ ନ ବାନ୍ଧିବା ବିଷୟରେ ଧାର୍ଯ୍ୟ ହୋଇଥିବା ନୂତନ ଜୋରିମନା ବିଷୟରେ ଚଣ୍ଡିଖୋଲ ଛକରେ ପୋଲିସ ପକ୍ଷରୁ ସଚେତନତା କରାଯାଇଥିଲା । ନିୟମ ମାନି ଗାଡି ଚାଳନା କରୁଥିବା ଯାତ୍ରୀମାନଙ୍କୁ ପୋଲିସ ପକ୍ଷରୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା ଓ ଅନ୍ୟମାନେ ଟ୍ରାଫିକ ନିୟମକୁ ମାନି ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟ ମାନଙ୍କୁ ନିୟମ ବିଷୟରେ ଅବଗତ କରାଇବାକୁ ପୋଲିସ ପକ୍ଷରୁ ଜନସାଧାରଣ ସଚେତନତା କରାଯାଇଥିଲା । ଏଥିରେ ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା, ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ନାରାୟଣ ଚନ୍ଦ୍ର ବେହେରା,ଜ୍ୟୋତି ରଞ୍ଜନ ମହାପାତ୍ର ଓ ଅନ୍ୟାନ ପୋଲିସ କର୍ମଚାରୀ ଉପସ୍ଥିତ ରହି ସାଧାରଣ ଯାତ୍ରୀଙ୍କୁ ନିୟମ ସଂପର୍କରେ ଅବଗତ କରିଥିଲେ ।
ଚଣ୍ଡିଖୋଲ ଛକରେ ବଡଚଣା ପୋଲିସର ସଚେତନତା କାର୍ଯ୍ୟକ୍ରମ
|
September 3, 2019 |