ପରିବାର ପେନସନ ନପାଇ ସଂଗ୍ରାମୀ ପରିବାର ହନ୍ତସନ୍ତ

Spread the love

ଭଦ୍ରକ, ୨୮/୮ (ସନ୍ଧାନ ନିୟୁଜ) ପରିବାର ପେନସନ ନପାଇ ହନ୍ତ ସନ୍ତ ହେଉଛନ୍ତି ସଂଗ୍ରାମୀ ମାନ୍ୟବର ପରିବାର। ସ୍ୱାଧିନତା ଆନ୍ଦୋଳନ ରେ ଝାସ ଦେଇ ଦେଶପାଇଁ କାରାବରଣ କରିଥିବା ସଂଗ୍ରାମୀ ପରିବାରଙ୍କୁ ମିଳୁନାହିଁ ପରିବାର ପେନସନ। ସଂଗ୍ରାମୀଙ୍କ ମୃତ୍ୟୁ ପରେ ବନ୍ଦ ହୋଇ ଯାଇଥିବା ପରିବାର ପେନସନ ପାଇବାକୁ ବାର ଓଳି ଶୁଣ୍ଡିପିଣ୍ଡା ହେବାକୁ ପଡୁଛି ମାନ୍ୟବର ପରିବାରଙ୍କୁ ଏ ବ୍ୟାଙ୍କରୁ ସେ ବ୍ୟାଙ୍କ ଜିଲ୍ଲା ଟ୍ରେଜେରୀରୁ ରାଜ୍ୟ ଟ୍ରେଜେରୀ ଦଉଡି ଦଉଡି ନୟାନ୍ତ ହେଲେଣି ସେମାନେ ହେଲେ ସେମାନଙ୍କ କଥା କେହି ଶୁଣୁନାହାନ୍ତି। ସରକାର ସଂଗ୍ରାମୀଙ୍କୁ ସମ୍ମାନ ଦେବାକୁ ସେମାନଙ୍କୁ ମାନ୍ୟବର ସମ୍ଭୋଧନ କରିବାକୁ ଘୋଷଣା କରିଛନ୍ତି। ହେଲେ ମାନ୍ୟବର ଙ୍କ ମୃତ୍ୟୁପରେ ସେମାନଙ୍କ ପରିବାରଙ୍କୁ ସମ୍ମାନ ମିଳିବା ଦୁରକୁ ଥାଉ ଗତ ପ୍ରାୟ ୯ ମାସ ହେବ ବନ୍ଦ ହୋଇ ଯାଇଥିବା ପରିବାର ପେନସନ ଯୋଗାଇ ଦେବାକୁ କେହି ସହଯୋଗର ହାତ ବଢାଇ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଦିବଂଗତ ସଂଗ୍ରାମୀ ରତ୍ନାକର ସାମଲଙ୍କ ପରିବାର। ଭଦ୍ରକ ଜିଲ୍ଳା ରାନ୍ଦିଆ ଅଂଚଳର ଅନ୍ୟତମ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ରତ୍ନାକର ସାମଲ। ଭାରତୀୟ ଜାତୀୟ ଆନ୍ଦୋଳନରେ ଦେଶମାତୃକା ପାଇଁ ଅତ୍ୟାଚାରୀ ବ୍ରିଟିସ ପୋଲିସ ମାଡରେ ଲହୁଲୁହାଣ ହୋଇଛନ୍ତି, ଘର ଛାଡି ବଣବୁଦାରେ ରାତି କାଟିଛନ୍ତି, କାରାବରଣ କରିଛନ୍ତି ହେଲେ ଦେଶମାତୃକା ପାଇଁ ତାଙ୍କର ଏହି ସଂଗ୍ରାମକୁ ତାଙ୍କ ମୃତୁୃପରେ ଭୁଲିଯାଇଛନ୍ତି ସରକାର। ସଂଗ୍ରାମୀଙ୍କ ସହଧର୍ମଣୀ ଅଭିଯୋଗ ଅନୁଯାଇ ତାଙ୍କ ସ୍ୱାମିଙ୍କ ଦେହାନ୍ତ ପରେ ଗତ ୧୯୯୮ ମସିହାଠାରୁ ତାଙ୍କୁ ଭଦ୍ରକ ଟ୍ରେଜରୀରୁ ମାସିକ ପରିବାର ପେନସନ ମିଳୁଥିଲା। ପରେ ଏହି ପେନସନ ଭଦ୍ରକ ଟ୍ରେଜରୀରୁ ପଞାବ ନ୍ୟାସନାଲ ବ୍ୟାଙ୍କକୁ ଟ୍ରାନ୍ସଫର କରିଦିଆଯାଇଥିଲା। ତେବେ ବର୍ଦ୍ଧିତ ପେନସନ ମାସିକ ୨୬ ହଜାରକୁ ବୃଦ୍ଧିପାଇଥିଲ ମଧ୍ୟ ବ୍ୟାଙ୍କ କତୃପକ୍ଷ ବିଭିନ୍ନ ଆଳଦେଖାଇ ବର୍ଦ୍ଧିତ ପେନସନ ନଦେଇ ମାନ୍ୟବରଙ୍କ ପତ୍ନି ମଞ୍ଜୁଲତାଙ୍କୁ ମାସିକ ମାତ୍ର ୧୫ ହଜାର ଟଙ୍କା ଦେଉଥିଲେ। ଫଳରେ ବାଧ୍ୟ ହୋଇ ମଞ୍ଜୁଲତା ତାଙ୍କ ଯମାଖାତା ପିଏନବିରୁ ଏସବିଆଇ ଭଦ୍ରକ ଶାଖାକୁ ଟ୍ରାନ୍ସଫର କରିନେଇଥିଲେ। ଏସବିଆଇକୁ ଜମା ଖାତା ଆସିବା ପରେ ବ୍ୟାଙ୍କ କତୃପକ୍ଷ ମଇ ୨୦୧୮ ଠାରୁ ମାନ୍ୟବର ପରିବାରଙ୍କୁ କୌଣସି ପେନସନ ନଦେଇ ଫାଇଲ ଭଦ୍ରକ ଟ୍ରେଜେରୀକୁ ପଠାଇଦେଇଥିଲେ। ଭଦ୍ରକ ଟ୍ରେଜେରୀ ମଞ୍ଜୁଲତାଙ୍କ ପେନସନ ଫାଇଲକୁ ପୁନଶ୍ଚ ପିଏନବି ବନ୍ତ ଶାଖାକୁ ପଠାଇ ଦେଇଥିଲେ ମଧ୍ୟ ବ୍ୟାଙ୍କ କତୃପକ୍ଷ ବିଭିନ୍ନ ଆଳ ଦେଖାଇ ମଞ୍ଜୁଲତାଙ୍କ ପେନସନ ବନ୍ଦ ରଖିଥିଲେ। ଦୀର୍ଘ ୯ ମାସ ଧରି ମଞ୍ଜୁଲତା ନିଜ ପରିବାର ପେନସନ ରୁ ବଂଚିତ ହେବାପରେ ବାଧ୍ୟହୋଇ ଏ ସଂର୍ପକରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚିଠିଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଅନୁମୋଦନ କ୍ରମେ ଗତ ଜୁନମାସ ପିଏନବି ମଞ୍ଜୁଲତାଙ୍କୁ ଦୁଇ ଗୋଟି କିସ୍ତିରେ ୭୫ ହଜାର ଟଙ୍କା ଦେଇଥିଲେ ମଧ୍ୟ ଅବଶିଷ୍ଟ ୪୫ ହଜାର ଟଙ୍କା ଦେଇନଥିବା କଥା ମଞ୍ଜୁଲତା ଅଭିଯୋଗ କରିଛନ୍ତି। ଇତିମଧ୍ୟରେ ବ୍ୟାଙ୍କ କତୃପକ୍ଷ ମଞ୍ଜୁଲତାଙ୍କୁ ଲାଇଭ ସାର୍ଟିଫିକେଟ ସହିତ ଅନ୍ୟାନ୍ୟ କାଗଜପତ୍ର ଦାଖଲ କରିବାକୁ କହିଥିବା ବେଳେ ମଞୁଲତା ତାହାକୁ ଦାଖଲ କରିବାର ଇତିମଧ୍ୟରେ ଦୁଇ ତିନିମାସ ବିତିଲାଣି ହେଲେ ଅଦ୍ୟାବଧି ବ୍ୟାଙ୍କ ତାଙ୍କର ବନ୍ଦ ଥିବା ପରିବାର ପେନସନ ମଂଜୁର କରୁନଥିବା ଅଭିଯୋଗ କରିଛନ୍ତି। ତେଣେ ମାସିକ ପରିବାର ପେନସନ ମିଳୁନଥିବାରୁ ପରିବାର ପେନସନକୁ ଭରସାକରି ପରିବାର ପ୍ରତିପୋଷଣ କରୁଥିବା ମଞ୍ଜୁଲତାଙ୍କ ପରିବାର ଏବେ ଘୋର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ନିଜର ରୋଗାକ୍ରାନ୍ତ ଶରୀରପାଇଁ ଦରକାର ପଡୁଥିବା ଔଷଧ କିଣିବାକୁ ଟଙ୍କା ପାଉନଥିବା ବେଳେ ଭୋକ ଉପାସରେ ଦିନକାଟିବାକୁ ପଡୁଛି ବୋଲି ସେ କହିଛନ୍ତି ମଞ୍ଜୁଲତା। ପେନସନ ଅର୍ଥରେ ମଞ୍ଜୁଲତାଙ୍କ ପରିବାର ଭରଣପୋଷଣ ହେଉଥିବା ବେଳେ ମାସ ମାସ ଧରି ତାଙ୍କ ପେନସନକୁ ଅଟକାଇ ରଖାଯିବାର ପ୍ରକୃତ କାରଣ ମଧ୍ୟ ତାଙ୍କୁ ଜଣାନାହିଁ ତଥାପି ପେନସନ ହୋଇଥିବା ଆଶାରେ ପ୍ରତିମାସ ବ୍ୟାଙ୍କରୁ ଟ୍ରେଜାରୀ ପୁଣି ଟ୍ରେଜାରୀରୁ ବ୍ୟାଙ୍କ ହୋଇ ହୋଇ ଦିନ ବିତୁଛି ବୋଲି କହିଛନ୍ତି ମଞ୍ଜୁଲତା। ଗତ ସ୍ୱାଧିନତା ଦିବସ ଦିନ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଜଣାଇବାକୁ ମଞୁଲତା ନିଜ ପରିବାର ସହିତ ଭଦ୍ରକ ଆସିଥିଲେ ହେଲେ ଜିଲ୍ଲାପାଳଙ୍କୁ ଭେଟିନପାରି ଦୁଃଖରେ ଘରକୁ ଫେରିଛନ୍ତି। ଏ ସଂର୍ପକରେ ଭଦ୍ରକ ଜିଲ୍ଲା ସ୍ୱାଧିନତା ସଂଗ୍ରାମୀ ସମିତିର ସାଧାରଣ ସଂପାଦକ ବରିଷ୍ଟ ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରାଙ୍କୁ ଯୋଗା ଯୋଗ କରାଯାଇଥିବା ବେଳେ ସେ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ ଏଥିନେଇ ଜିଲ୍ଲାପ୍ରଶାସନ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
Report- Ramesh Nayak bhadrak

Related Posts

About The Author

Add Comment