ଶିବସେନା ସହ ମେଣ୍ଟ ରହିବ; କିନ୍ତୁ ସମସ୍ତ ଆସନ ଲଢ଼ିବା ପାଇଁ ପ୍ରସ୍ତୁତ ରହିବୁ: ସରୋଜା ପାଣ୍ଡେ

Spread the love

ମୁମ୍ବାଇ: ୨୩/୦୮ (ସନ୍ଧାନ ନିଉଜ) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଶିବସେନା ସହିତ ମେଣ୍ଟ ଜାରି ରହିବ।କିନ୍ତୁ ବିଜେପିର ସଙ୍ଗଠନ କାର୍ଯ୍ୟ ଏପରି ରହିବ ଯେପରି ମହାରାଷ୍ଟ୍ରର ସମସ୍ତ ୨୮୮ ଆସନରେ ବିଜେପି ଲଢ଼ିବା ପାଇଁ ପ୍ରସ୍ତୁତ ରହିବ।ଏପରି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ମହାସଚିବ ତଥା ମହାରାଷ୍ଟ୍ର ପ୍ରଦେଶ ପ୍ରଭାରୀ ସାଂସଦ ସରୋଜା ପାଣ୍ଡେ।ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରତ୍ୟକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି।କିନ୍ତୁ ବିଜେପି – ଶିବସେନା ମେଣ୍ଟ ନେଇ ଅନିଶ୍ଚିତତା ରହିଛି।ସରୋଜା କହିଛନ୍ତି, ଆମେ ଗଟବନ୍ଧନ ଭିତରେ ଅଛୁ।ଏବଂ ଆମେ ୯୫ ପ୍ରତିଶତ ବୁଝାବଣା ଭିତରେ ଅଛୁ ,ଯେ ଗଟବନ୍ଧନରେ ରହିବୁ।ଆମର ପ୍ରୟାସ ସେହି କ୍ରମରେ ରହିଛି।କିନ୍ତୁ ଆମେ ସମସ୍ତ ୨୮୮ ନିର୍ବାଚନ କ୍ଷେତ୍ରରେ କାମ କରୁଛୁ, ଯେପରି କି ସମସ୍ତ ୨୮୮ ଆସନରେ ଆମର ଲଢ଼େଇ ହେଉଛି ।

Related Posts

About The Author

Add Comment